www.samajalive.in
Monday, December 15, 2025
15.1 C
Bhubaneswar

ଡିଙ୍ଗରରେ ବିଶ୍ୱଶାନ୍ତି ମହାଯଜ୍ଞ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅଧିନସ୍ଥ ଡିଙ୍ଗର ଗ୍ରାମର ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଦେବଙ୍କ ପୀଠରେ ନବମ ବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି l ନାମଯଜ୍ଞ ,ଘୃତଯଜ୍ଞ ,ଜ୍ଞାନଯଜ୍ଞଏବଂ ଅର୍ଣ୍ଣ ଯଜ୍ଞନାମରେ ୪ ଦିନ ଧରି ଏହି ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇଥିଲା l ଏହି ଯଜ୍ଞରେ ପ୍ରଥମେ ଶିବlର୍ଚନl,ନଗରକୀର୍ତନ କରାଯାଇଥିଲା l ଏହାପରେ ଗ୍ରାମ ନିକଟସ୍ଥ ପୋଖରୀ ରୁ ବାହାରି ମହିଳା ଓ ପୁରୁଷ ମାନେ କଳସ ଶୋଭାଯାତ୍ରାରେ ଆସି ଗ୍ରାମ ପରିକ୍ରମା କରିଥିଲେ l ଯଜ୍ଞ ସ୍ଥଳରେ ବିଧିମୁତlବକ ଘଟ ସ୍ଥାପନ କରାଯାଇଥିଲା l ପ୍ରଥମେ ତୀର୍ଥାବlହlନ ,ମଣ୍ଡଳିକରଣ,ଅଗ୍ନିସ୍ଥାପନ ଏବଂପରେ ଯଜ୍ଞ କୁଣ୍ଡରେ ମୁଖ୍ୟ ପୁରୋଧା ଭାବେ ବlଙ୍କନିଧିଜେନା ଓ ତାଙ୍କ ଧର୍ମପତ୍ନୀ ଝରଣା ଜେନା ଆହୁତି ପ୍ରଦାନ କରିଥିଲେ l ଦ୍ୱିତୀୟ ସନ୍ଧ୍ୟାରେ ପ୍ରବଚକ ପlଲlଗାୟକ ସୋମନାଥ ରଥଙ୍କ ପ୍ରବଚନରେ ସ୍ରୋତlମାନେଖୁସି ପ୍ରକଟ କରିଥିଲେ l ସୂର୍ଯ୍ୟପୂଜା ,ଗୋପୂଜା ଏବଂ ଶିବମନ୍ତ୍ରରେ ବିଧିବଧ ଭାବେ ପୂର୍ଣ୍ଣାହୁତି ଶେଷ ହୋଇଛି l ସୁବାଷ ଚନ୍ଦ୍ର ପଟନାୟକ, ଅଭିମନ୍ୟୁ ବରାଳ ,ନୀଳକଣ୍ଠ ରଣା ,ରାଜକିଶୋର ବେହେରା ,ସଚ୍ଚିଦାନନ୍ଦ ମହାପାତ୍ର ଶତ୍ରୁଘ୍ନ ବେହେରା ରାମଚନ୍ଦ୍ର ମିଶ୍ର ଏବଂ ମେଳଛ ସାହୁ କାର୍ଯ୍ୟକ୍ରମଟିକୁ ସୁଚାରୁ ରୁପେ ପରିଚାଳନା କରିଥିଲେ l ଏହି ଯଜ୍ଞରେ ଆଖ ପାଖ ଅଂଚଳର ବହୁ ଲୋକଙ୍କର ସମାଗମ ହୋଇଥିଲା l

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories