www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନୂଆ ଦାୟିତ୍ବ

ନୂଆଦିଲ୍ଲୀ : ଦେଶର ବିକାଶ ଓ ବିଭିନ୍ନ ଯୋଜନା ସଂକ୍ରାନ୍ତ ଗବେଷଣା ପାଇଁ ‘ସେଣ୍ଟର ଫର୍ ନରେନ୍ଦ୍ର ମୋଦୀ ଷ୍ଟଡିଜ୍’ (ସିଏନ୍ଏମ୍ଏସ୍) ନାମରେ ଆନ୍ତର୍ଜାତିକ କେନ୍ଦ୍ର ନୂଆଦିଲ୍ଲୀରେ ଖୋଲାଯାଇଛି। ଏହି କେନ୍ଦ୍ର ପରାମର୍ଶଦାତା ପରିଷଦର ଅଧ୍ୟକ୍ଷ ଭାବେ ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନିଯୁକ୍ତି ଦିଆଯାଇଛି। ସଂସ୍ଥାନର ମ୍ୟାନେଜିଂ ଟ୍ରଷ୍ଟି ପ୍ରଫେସର ଜସିମ୍ ମହମ୍ମଦ କହିଛନ୍ତି ଯେ ଏହି କେନ୍ଦ୍ର ଦେଶର ବିକାଶ କ୍ଷେତ୍ରରେ ଉଲ୍ଳେଖନୀୟ ଭୂମିକା ନିର୍ବାହ କରୁଛି। ଏଥିରେ ବିଭିନ୍ନ କ୍ଷେତ୍ରର ବହୁ ଲବ୍ଧପ୍ରତିଷ୍ଠ ବ୍ୟକ୍ତି ଯୋଡ଼ି ହୋଇଛନ୍ତି। ପୂର୍ବରୁ ଜଣେ ଆଇନଜୀବୀ, ଅଗ୍ରଣୀ ବ୍ୟବସ୍ଥାପକ, ମନ୍ତ୍ରୀ ଏବଂ ରାଜ୍ୟପାଳ ଭାବେ ଶ୍ରୀ ହରିଚନ୍ଦନ କାର୍ଯ୍ୟ କରିଛନ୍ତି। ସାହିତ୍ୟ, ସଂସ୍କୃତି, ଅର୍ଥନୀତି, ଇତିହାସ ଓ ଗ୍ରାମୋତ୍ଥାନ ସଂକ୍ରାନ୍ତରେ ତାଙ୍କର ଅଭିଜ୍ଞତା ରହିଛି। ଆଲିଗଡ଼଼ରେ ଅନୁଷ୍ଠିତ ହେବାକୁ ଥିବା ଏହି ସଂସ୍ଥାର ପରାମର୍ଶଦାତା ପରିଷଦ ବୈଠକରେ ଶ୍ରୀ ହରିଚନ୍ଦନ ଅଧ୍ୟକ୍ଷତା କରିବେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories