www.samajalive.in
Monday, December 15, 2025
15.1 C
Bhubaneswar

ଧୁରୁଷିଆ ହନୁମାନ ମନ୍ଦିରରେ ବିଶ୍ୱଶାନ୍ତି ମହାଯଜ୍ଞ

ଆଠଗଡ : ଆଠଗଡ ବ୍ଲକର ଧୁରୁଷିଆସ୍ଥିତ ଶ୍ରୀ ଶ୍ରୀ ଶଙ୍କଟମୋଚନ ହନୁମାନ ଜୀଉଙ୍କର ୧୪ତମ ବିଗ୍ରହ ପ୍ରତିଷ୍ଠା ବାର୍ଷିକୀ ଓ ୫ମ ବିଶ୍ୱଶାନ୍ତି ମହାଯଜ୍ଞ ରବିବାରଠାରୁ ଆରମ୍ଭ ହୋଇଛି। ଆସନ୍ତା ୨୩ ତାରିଖ ମଙ୍ଗଳବାର ପର୍ଯ୍ୟନ୍ତ ୩ଦିନ ବ୍ୟାପୀ ହେବାକୁ ଥିବା ଏହି ବିଶ୍ୱଶାନ୍ତି ମହାଯଜ୍ଞରେ ସ୍ଥାନୀୟ ଅଞ୍ଚଳର ଶହ ଶହ ଶ୍ରଦ୍ଧାଳୁ ଉପସ୍ଥିତ ଥିବା ଦେଖାଯାଇଛି। ରବିବାର ସକାଳେ ୩୦୮ଜଣ ମହିଳାଙ୍କ ଦ୍ୱାରା ମହାନଦୀରୁ ପୂର୍ଣ୍ଣ ଜଳକଳସ ସହ ଏକ  ଶୋଭାଯାତ୍ରା ଆଧ୍ୟାତ୍ମିକ ଓ ପବିତ୍ରମୟ ପରିବେଶରେ ଆସି ମନ୍ଦିର ପରିସରରେ ପହଞ୍ଚିବା ପରେ ସେଠାରେ ଘଟ ସ୍ଥାପନା କରାଯାଇଥିଲା। ଯଜ୍ଞ ପୁରୋଧା ଭାବଗତ ପତି ଓ ତାଙ୍କ ସହଯୋଗୀ ପଣ୍ଡିତମାନେ ଅଗ୍ନିସ୍ଥାପନ, ଘୃତାହୁତି ପ୍ରଦାନ କରିଥିଲେ। ଆସନ୍ତା ୨୩ତାରିଖ ମଙ୍ଗଳବାର ଦିନ ପୂର୍ଣ୍ଣାହୁତି ସହ ରାଜ୍ୟର ସୁନାମଧନ୍ୟ କଣ୍ଠଶିଳ୍ପୀମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯିବ। ମନ୍ଦିରର ପ୍ରତିଷ୍ଠାତା ବ୍ରଜବନ୍ଧୁ ଲେଙ୍କା, ପରିଚାଳନା କମିଟି ସଭାପତି ନିରାକାର ଲେଙ୍କା, ସଂପାଦକ ଅନ୍ତର୍ଯ୍ୟାମି ବେହେରା, ଗ୍ରାମସଭାପତି ବ୍ରହ୍ମାନନ୍ଦ ବିଶ୍ୱାଳ, ସଂପାଦକ ସନ୍ତୋଷ କୁମାର ରଥ, ପୂର୍ବତନ ସରପଞ୍ଚ ଶ୍ରୀକର କୁମାର ଜେନା, କମିଟି ସଦସ୍ୟ ପଦାରବିନ୍ଦ ଶତପଥି, ଜୟନ୍ତ କୁମାର ରାଉତ, ରୁଦ୍ରନାରାୟଣ ରାଉତ, ଶଙ୍କର୍ଷଣ ପରିଡା, କପିଳେଶ୍ୱର ବେହେରା, ସୁରେଶ କୁମାର ସାହୁ, ବିପିନି କୁମାର ସାହୁ ଓ ମନ୍ଦିର ପୂଜକ ପୂର୍ଣ୍ଣଚନ୍ଦ୍ର ଶତପଥି ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories