ଆବଶ୍ୟକ ସାମଗ୍ରୀ
ଅଟା – ୨୫୦ ଗ୍ରାମ
ପେଷା ଚିନି – ୧୨୫ ଗ୍ରାମ
ବଟର – ୧୫୦ ଗ୍ରାମ
ପାଉଁରୁଟି – ଅଳ୍ପ
ଡ଼ାଲଚିନି ପାଉଡ଼ର : ୧ ଚାମଚ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିନି , ଅଟା , ଡ଼ାଲଚିନି ଗୁଣ୍ଡକୁ ଭଲ ଭାବେ ମିଶାଇ ଦିଅନ୍ତୁ। ଏବେ ବଟର ପକାଇ ଭଲ ଭାବେ ଗୋଳାନ୍ତୁ। ଭଲ ଭାବେ ଗୋଳାଇବା ପରେ ପାଉଁରୁଟିକୁ ଛୋଟ ଛୋଟ ଖଣ୍ଡ କରି ଏଥିରେ ପକାଇ ନରମ ଭାବେ ଦଳି ଦିଅନ୍ତୁ। ଏହି ଦଳାକୁ ଏକ କାଗଜରେ ଗୁଡ଼ାଇ ୩୦ମିନିଟ ଫ୍ରିଜରେ ରଖିଦିଅନ୍ତୁ। ୩୦ ମିନଟ ପରେ ଏହାକୁ ବେଲି ଦିଅନ୍ତୁ। ବେଲିବା ପରେ ଏହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଏକ ପାତ୍ରରେ ରଖନ୍ତୁ। ଏବେ ବେକିଙ୍ଗ୍ ଟ୍ରେରେ (ବଜାରରେ ବିକ୍ରି ହେଉଛି ) ପାତ୍ରରେ ବେଲି କରି ରଖିଥିବା ଅଟାର ଛୋଟ ଛୋଟ ଖଣ୍ଡକୁ ରଖି ଏହାକୁ ମାଇକ୍ରୋଓଭନ ମଧ୍ୟରେ ରଖନ୍ତୁ। ଏହାର ରଙ୍ଗ ମାଟିଆ ହେବା ପରେ ଏହାକୁ ଏକ ପାତ୍ରକୁ କାଢନ୍ତୁ ଓ ଖାଆନ୍ତୁ।
ଟେଷ୍ଟି ବିସ୍କୁଟ
Popular Categories



