ମୁଶୁଳିଆରେ ବିର୍ସାମୁଣ୍ଡା ଜୟନ୍ତୀ ପାଳିତ

ଗୁରୁଡିଝାଟିଆ : ଜନଜାତି ଗାଁ ରାଧାକିଶୋରପୁର ପଞ୍ଚାୟତର ମୁଶୁଳିଆ ଠାରେ ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ପାଳିତ ହୋଇଛି । ଆଠଗଡର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଆଠଗଡ ବିକାଶ ମଞ୍ଚ ପକ୍ଷରୁ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ମଞ୍ଚର ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ମୁକ୍ତି ସଂଗ୍ରାମୀ ସାହସୀ ଓ ସାଲିସ ବିହୀନ ସଂଗ୍ରାମର ପ୍ରତୀକ ବିର୍ସାମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ଗ୍ରାମବାସୀ ଓ ଛୋଟ ପିଲାମାନଙ୍କୁ ସାହସ ,ବୀରତ୍ୱ, ତ୍ୟାଗ, ଅନ୍ୟାୟ ଅନୀତି ବିରୋଧରେ ଲଢିବା ଓ ଦେଶମାତୃକା ଭାବରେ ନିଜକୁ ଗଢିତୋଲିବା ନିମନ୍ତେ ବିର୍ସାମୁଣ୍ଡାଙ୍କ ଜୀବନୀ ଆମ ସମସ୍ତଙ୍କ ପାଇଁ ଉଦାହରଣ ବୋଲି କହିବା ତାଙ୍କ ଆଦର୍ଶରେ ନିଜକୁ ଗଢିତୋଳିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଗାଁର ପିଲାମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।

Comments are closed.