www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶାରେ ବାର୍ଡ ଫ୍ଲୁ ଲକ୍ଷଣ ନାହିଁ, ବିଭାଗୀୟ ଅଧିକାରୀ ଓ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ

ଭୁବନେଶ୍ୱର: ଓଡିଶାରେ ବାର୍ଡଫ୍ଲୁ ବ୍ୟାପି ନାହିଁ ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ କୁହାଯାଇଛି। ନିକଟରେ ବିଭାଗୀୟ କମିଶନର ତଥା ଶାସନ ସଚିବ ଆର. ରଘୁପ୍ରସାଦଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ପ୍ରାୟ ୧୨,୩୬୯ ବହିରାଗତ ପକ୍ଷୀଙ୍କ ନମୁନା ସଂଗ୍ରହ କରାଯାଇଥିଲା ବେଳେ କୌଣସିଟିରେ ବାର୍ଡ ଫ୍ଲୁ ଲକ୍ଷଣ ପ୍ରକାଶ ପାଇନାହିଁ। ତଥାପି ବିଭାଗୀୟ ଅଧିକାରୀ ଓ ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି। ବୈଠକରେ ବାର୍ଡ ଫ୍ଲୁ ନିମନ୍ତେ ପ୍ରସ୍ତୁତି, ଏହାର ନିୟନ୍ତ୍ରଣ ଓ ପ୍ରତିେଷଧକ ବ୍ୟବସ୍ଥା ଓ କାର୍ୟ୍ୟ ସମ୍ପାଦନ ମାର୍ଗଦର୍ଶିକା ସମ୍ପର୍କରେ ଅବଗତ କରାଯାଇଥିଲା।

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୫ଟି ନିରୀକ୍ଷଣ ଦଳ ଗଠନ କରାଯାଇ କୁକୁଡା ମାଂସ ଓ ଅଣ୍ଡା ଦୋକାନ, କୁକୁଡା ଫାର୍ମ ଆଦି ନିୟମିତ ଯାଞ୍ଚ କରାଯିବା ସହ ଏହା ଉପରେ ନଜର ରଖାଯାଇଛି। ରାଜ୍ୟରେ ବାର୍ଡ ଫ୍ଲୁ ନ ଥିବାରୁ ଲୋକେ ଅଯଥାରେ ଆତଙ୍କିତ ନ ହେବା ସହ ଗୁଜବ ନ କରିବାକୁ ଅନୁରୋଧ କରାଯାଇଛି। ଯଦି ସନ୍ଦେହ ହେଉଛି ତେବେ କୁକୁଡା ମାଂସ ଓ ଅଣ୍ଡାକୁ ଭଲଭାବେ ସିଝାଇ ଖାଇବାକୁ ପରାମର୍ଶ ଦିଆଯାଇଛି। କୌଣସି ଅଞ୍ଚଳରେ ପକ୍ଷୀ ମଡକ କିମ୍ବା କ୍ରମାଗତ ଭାବେ କୁକୁଡାଙ୍କ ମୃତ୍ୟୁ ଘଟୁଛି ତେବେ ନିକଟସ୍ଥ ପ୍ରାଣୀ ଚିକିତ୍ସକ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀଙ୍କୁ ଜଣାଇବେ। ନଚେତ ରାଜ୍ୟସ୍ତରୀୟ ନିୟନ୍ତ୍ରଣ କକ୍ଷକୁ ୦୬୭୧-୨୪୧୪୩୧୦ ନମ୍ବରରେ ଫୋନ କରିବେ ନଚେତ ହ୍ବାଟସ ଆପ ନମ୍ବର ୭୨୦୫୫୯୮୧୨୫ରେ ସୂଚନା ଦେବାକୁ ବିଭାଗ ପକ୍ଷରୁ ଅନୁେରାଧ କରାଯାଇଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories