www.samajalive.in
Saturday, December 6, 2025
16.1 C
Bhubaneswar

ବିଚ୍‌ ରାସ୍ତାରେ ଜଳିଗଲା ବସ୍‌, ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଫୁଲବାଣୀ: ବିଚ୍‌ ରାସ୍ତାରେ ଜଳିଗଲା ଯାତ୍ରୀବାହି ବସ୍‌, ଯାତ୍ରୀ ସୁରକ୍ଷିତ। କନ୍ଧମାଳ ଜିଲାର କ.ବାଲିଗୁଡ଼ା ଥାନା ଦାରିଙ୍ଗିବାଡ଼ି ଛକରେ ବସ୍‌ରେ ହଠାତ୍‌ ନିଆଁ ଲାଗିଗଲା। ଏମ୍‌.ରାମପୁରରୁ ଭଞ୍ଜନଗର ଯାଉଥିବାବେଳେ ବସ୍‌ରେ ଲାଗିଲା ନିଅଁା। ଜଳିଗଲା ବସରୁ ନିଶ୍ଚିତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଆଜି ଏଭଳି ଏକ ଅଘଟଣ ଦେଖିବାକୁ ମିଳିଛି।

- Advertisement -

ମିଳିଥିବା ସୂଚନା ଅନୁଯାୟୀ କନ୍ଧମାଳ ଜିଲ୍ଲା ଜାତୀୟ ରାଜପଥ ଏଚ୍‌ ୫୯ରେ ଏକ ବସରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ବାଲିଗୁଡ଼ା ଥାନା ଅନ୍ତର୍ଗତ ଦାରିଙ୍ଗବାଡି ଛକ ଠାରେ ଠାରେ ଦେଖିବାକୁ ମିଳିଛି। ରୁଦ୍ରକାଳୀ ନାମକ ଏକ ଘରୋଇ ବସ ଏମ୍‌.ରାମପୁର ଠାରୁ ଭଞ୍ଜନଗର ଅଭିମୁଖେ ଯିବାବେଳେ ହଠାତ ବସ୍‌ରେ ସଟ୍‌ସର୍କିଟ ଯୋଗୁଁ ନିଆଁ ଲାଗିଯାଇ ଥିବା ଜଣାପଡ଼ିଥିଲା। ବସ୍‌ରେ ନିଆଁ ଲାଗି ଯାଇଥିବା ଜାଣିପାରି ଡ୍ରାଇଭର, କଣ୍ଡକ୍ଟର, ହେଲ୍‌ପରଙ୍କ ସମେତ ସମସ୍ତ ଯାତ୍ରୀ ବସ୍‌ରୁ ଓଲ୍ଲାଇ ପଡ଼ିଥିଲେ। ଏହାପରେ ବସ୍‌ଟି ହୁତ୍‌ ହୁତ୍‌ ହୋଇ ଜଳି ଉଠିଥିଲା। ଖବର ପାଇ ଘଟଣା ସ୍ଥଳରେ ବାଲିଗୁଡ଼ା ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ନିଶ୍ଚିତ ମୃତ୍ୟୁ ମୁଖରେ ଅଳ୍ପକେ ବର୍ତ୍ତିଯାଇଥିବା ଯାତ୍ରୀମାନଙ୍କର କୌଣସି ଅସୁବିଧା ହୋଇନଥିବା ଜଣା ପଡ଼ିଛି।

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories