ଦୈନିକ ସଂକ୍ରମଣରେ ହ୍ରାସ ; ନୂଆ ଆକ୍ରାନ୍ତ ୨୪୪

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଇବା ସହ ୩୦୦ ମଧ୍ୟରେ ସୀମିତ ରହୁଛି। ୨୪ ଘଣ୍ଟାରେ ୨୪୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ୧୪୨, ସ୍ଥାନୀୟ ୧୦୨। ମୋଟ ପଜିଟିଭ ୩,୩୨,୧୦୬କୁ ବୃଦ୍ଧି ପାଇଛି। ୩,୨୮,୦୪୩ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨,୧୧୮ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

prayash


୨୪ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସମ୍ବଲପୁରରୁ ସର୍ବାଧିକ ୩୭ ଆକ୍ରାନ୍ତ। ଅନୁଗୁଳରୁ ୧୫, ବାଲେଶ୍ୱର ୯, ବରଗଡ ୨୩, ଭଦ୍ରକ ୩, ବଲାଙ୍ଗୀର ୧୯, କଟକ ୫, ଦେଓଗଡ ୧, ଗଜପତି ୧୯, ଜଗତସିଂହପୁର ୧, ଯାଜପୁର ୧୦, ଝାରସୁଗୁଡା ୧୯, କଳାହାଣ୍ଡି ୧, କନ୍ଧମାଳ ୭, କେନ୍ଦ୍ରାପଡା ୫, କେନ୍ଦୁଝର ୭, ଖୋର୍ଦ୍ଧା ୯, ମାଲକାନଗିରି ୧, ମୟୁରଭଞ୍ଜ ୫, ନୂଆପଡା ୪, ପୁରୀ ୮, ରାୟଗଡା ୮, ସୋନପୁର ୪, ସୁନ୍ଦରଗଡ ୨୨, ଷ୍ଟେଟ ପୁଲରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

kalyan agarbati

Comments are closed.