www.samajalive.in
Saturday, December 6, 2025
23.1 C
Bhubaneswar

ଉପକଣ୍ଠରେ ବାର୍ଡ ଫ୍ଲୁ ଆତଙ୍କ; ଖସିଲା ଚିକେନ ବିକ୍ରି, ବଢ଼ିଲା ମାଛ ଚାହିଦା

ଖଣ୍ଡଗିରି: ରାଜଧାନୀ ଉପକଣ୍ଠରେ ବାର୍ଡଙ୍କୁ ଆତଙ୍କା ପୁରୀ ଜିଲା ପରେ ଖୋର୍ଦ୍ଧା ଅଞ୍ଚଳରେ ବାର୍ଡ ଫ୍ଲୁ ଆରମ୍ଭ ହୋଇଯାଇଛି ଉପକଣ୍ଠ ଚିକେନ ଅଞ୍ଚଳରେ ଥିବା ଥୁବା କିଛି ଚି ଦୋକାନରେ ମଧ୍ୟ କୁକୁଡ଼ା ମରୁଥିବା ଦେଖ‌ିବାକୁ ମିଳୁଛି। ବାର୍ଡ ଫ୍ଲୁ ପରେ ବିକେନ ବଜାର ଶୂନ୍‌ଶାନ ହୋଇଯାଇଛି। ଏବେ ମାଛ ଉପରେ ମାଡ଼ ପଡ଼ିଛି ଗତ କିଛି ଦିନ ଭିତରେ ପ୍ରାୟ ସବୁ ମାଛର ଦର କିଲୋ ପିଛା ୩୦ରୁ ୪୦ ଟଙ୍କା ବଢ଼ି ଯାଇଛି କୁକୁଡ଼ାଙ୍କଠାରେ ବାର୍ଡ ଫ୍ଲୁ ପରେ ଲୋକେ ଚିକେନ ଓ ଅଣ୍ଡା ଖାଇବାକୁ ଭୟ କରୁଛନ୍ତି। ଏହାର ପ୍ରଭାବ ଚିକେନ ଦୋକାନ ଓ ଫାଷ୍ଟଫୁଡ ଉପରେ ପଡ଼ିଛି। କିଛି ଦିନ ତଳେ ଚିକେନ କିଲୋ ପିଛା ୨୨୦ରୁ ୨୪୦ ଟଙ୍କା ବିକ୍ରି ହେଉଥିବାବେଳେ ଏବେ ତାହା ୬୦/୮୦ ଟଙ୍କା କମି ୧୪୦ରୁ ୧୫୦ ଟଙ୍କାକୁ ଖସି ଆସିଛି। ଏବେ ପୁରୀ ଜିଲା ଡେଲାଙ୍ଗ ଓ ଖୋଦ୍ଧାର ଜଙ୍କିଆ ଅଞ୍ଚଳରେ କୁକୁଡ଼ାଙ୍କୁ ବାର୍ଡ ଫ୍ଲୁ ରୋଗ ବ୍ୟାପିବାରେ ଲାଗିଛି । ଭୁବନେଶ୍ବର ଉପକଣ୍ଠ ଖଣ୍ଡଗିରି, ଭରତପୁର, ତମାଣ୍ଡୋ, ପାତ୍ରପଡ଼ା, ଡୁମୁଡୁମା, କଳିଙ୍ଗନଗର, ଯାଁଳା, ମଦନପୁର ଗଙ୍ଗପଡ଼ା, ଛଡାକର ଆଦି ଅଞ୍ଚଳକୁ ପ୍ରାୟତଃ ମାଲ୍ ଖୋର୍ଦ୍ଧା ଓ ପୁରୀ ଅଞ୍ଚଳରୁ ଆସିଥାଏ। ଏବେ ଉପକଣ୍ଠରେ ଲୋକ ଚିକେନ ଓ ଅଣ୍ଡା ଖାଇବାକୁ ଡରୁଛନ୍ତି ସ୍ଥାନୀୟ ବଜାରରେ ଗତ କିଛି ଦିନ ପୂର୍ବରୁ ଚିକେନ ବିକ୍ରି ଚାଲିଥିଲା। ବାର୍ଡ ଫ୍ଲୁ ସଂକ୍ରମଣ ହେବା ପର ଠାରୁ ଟିଜେନ ବିକ୍ରି କମିଥିଲା। ଆମିଷ ବାରରେ ୩୦ହଜାର ଟଙ୍କାର ଚିକେନ ବିକ୍ରି ହେଉଥିବା ବେଳେ ଏବେ ତାହା ବନ୍ଦ ହୋଇଯାଇଛି ଅପରପକ୍ଷରେ ଏବେ ଶ୍ରାବଣ ମାସ ଚାଲିଛି ଶ୍ରାବଣ ମାସରେ ସାଧାରଣତଃ ଆମିଷ ବିକ୍ରି କମିଥାଏ। ମାଛ ଦର ବଢ଼ିନଥାଏ। ଚିକେନ ବଜାରରେ ଚଡ଼କ ପଡ଼ିଥିବାରୁ ମାଛ ଦର ହଠାତ୍ ବୃଦ୍ଧି ପାଇଛି ବଡ଼ ରୋହି ୧୮୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ ୨୨୦ ଟଙ୍କାରେ ପହଞ୍ଚିଛି ଭାଜୁର ୨୪୦ ଟଙ୍କା, ସ୍ଥାନୀୟ ଜିଅନ୍ତା ରୋହି ଓ ଭାଜୁର କିଲୋ ପିଛା ୫୦ରୁ ୬୦ ଟଙ୍କାକୁ ବୃଦ୍ଧି ପାଇଛି ଚିକେନ ବଜାର ଏମିତି ଲାଗି ରହିଲେ ରୋହି ଓ ରାଜୁର ଦର ବଢ଼ିବ ବୋଲି ଆଶା କରାଯାଉଛି।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories