www.samajalive.in
Saturday, December 6, 2025
14.1 C
Bhubaneswar

ବାର୍ଡ ଫ୍ଲୁରେ ଜୀବନ ହାରିଲା ପ୍ରଥମ ମଣିଷ

ସମାଜ ଡିଜିଟାଲ ଡେସ୍କ: ବାର୍ଡ ଫ୍ଲୁ’ ଭୂତାଣୁ ଦ୍ୱାରା ସାଧାରଣଙ୍କ ପଶୁପକ୍ଷୀମାନେ ଆକ୍ରାନ୍ତ ହୋଇଥାଆନ୍ତି। କିନ୍ତୁ ଏହି ଭୂତାଣୁରେ ମଣିଷ ସଂକ୍ରମିତ ହୋଇ ପ୍ରାଣ ହରାଇବା ଭଳି ଘଟଣା ସାମ୍ନାକୁ ଆସିଛି। ଏହା ବାର୍ଡ ଫ୍ଲୁ ଜନିତ ପ୍ରଥମ ମଣିଷ ମୃତ୍ୟୁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ପକ୍ଷରୁ କୁହାଯାଇଛି। ଗତ ବୁଧବାର ଏହି ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ମୃତକ ହେଉଛନ୍ତି ମେକ୍‌‌ସିକୋର ବାସିନ୍ଦା। ତାଙ୍କୁ ୫୯ ବର୍ଷ ହୋଇଥିଲା। ସେ ପ୍ରଥମେ ଜ୍ୱରରେ ଆକ୍ରାନ୍ତ ହୋଇଥିଲେ। ଧୀରେ ଧୀରେ ସେ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ସହିତ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରୀକ୍ଷାନିରୀକ୍ଷା ପରେ ସେ ଆଭିଆନ ଇନ୍‌‌ଫ୍ଲୁଏନ୍‌‌ଜା (ଏଚ୫ଏନ୨) ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। କୌଣସି ମଣିଷ ଏହି ଭୂତାଣୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇବା ବିଶ୍ୱରେ ପ୍ରଥମ ଘଟଣା ବୋଲି ଡବ୍ଲୁଏଚଓ କହିଛି।

- Advertisement -

ଏଚ୫ଏନ୨ ଭୂତାଣୁ ହେଉଛି ଆଭିଆନ ଇନ୍‌‌ଫ୍ଲୁଏନ୍‌‌ଜାର ଏକ ପ୍ରଜାତି। ବିଭିନ୍ନ ପ୍ରଜାତିର ପକ୍ଷୀଙ୍କ ସମେତ କୁକୁଡ଼ା, ବତକ ଏଥିରେ ଆକ୍ରାନ୍ତ ହୋଇଥାନ୍ତି। ଯେଉଁମାନେ ଏହି ପକ୍ଷୀଙ୍କ ସଂସ୍ପର୍ଶରେ ଆସନ୍ତି ସେମାନେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ହେବା ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories