www.samajalive.in
Monday, December 15, 2025
17.1 C
Bhubaneswar

ଦିଲ୍ଲୀ ପହଞ୍ଚିଲା ଦେଶର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ

ନୂଆଦିଲ୍ଲୀ: ଡେରାଡ଼ୁନରୁ ନୂଆଦିଲ୍ଲୀକୁ ଆସୁଥିବା ସ୍ପାଇସ୍‌ ଜେଟର ପ୍ରଥମ ଜୈବ ଇନ୍ଧନ ଚାଳିତ ବିମାନ ନୂଆଦିଲ୍ଲୀ ବିମାନ ବନ୍ଦରର ୨ନମ୍ବର ଟାର୍ମିଲାନରେ ସୁରକ୍ଷିତ ଅବତରଣ କରିଛି। ଏହି ବିମାନରେ ୭୫ପ୍ରତିଶତ ଟାର୍ବାଇନ ତୈଳ ସହିତ ୨୫ପ୍ରତିଶତ ଜୈବ ଇନ୍ଧନର ବ୍ୟବହାର କରାଯାଇଛି। ୭୨ଟି ଆସନ ବିଶିଷ୍ଟ ଏହି ଜେଟ ବିମାନ ଆଂଶିକ ଜୈବ ଇନ୍ଧନ ଦ୍ୱାରା ପରିଚାଳିତ ହୋଇଥିଲା। ଜୈବ ଇନ୍ଧନର ବ୍ୟବହାର ଫଳରେ ବିମାନ ସେବାରେ ଖର୍ଚ୍ଚ କମ୍‍ ହେବା ସହ ପ୍ରଦ୍ୟୁଷଣ କମିବ। ଏହି ବିମାନକୁ ଡେରାଡୁନ ବିମାନ ବନ୍ଦରରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାୱତ୍‍ ସବୁଜ ପତାକା ଦେଖାଇ ଉଡ଼ାଣ ପାଇଁ ଅନୁମତି ଦେଇଥିଲେ। ବିମାନର ବାମ ପାଶ୍ୱର୍ର ଇଞ୍ଜିନକୁ ଜୈବ ଇନ୍ଧନରେ ପରିଚାଳିତ କରାଯାଇ ଥିବାବେଳେ ଡାହାଣ ପାଶ୍ୱର୍ ଇଞ୍ଜିନ ଚିରାଚରିତ ଇନ୍ଧନରେ ପରିଚାଳିତ ହେଉଥିଲା। ତେବେ ଜୈବ ଇନ୍ଧନରେ ପରିଚାଳିତ ବାମ ପାଶ୍ୱର୍ର ଇଞ୍ଜିନ ଡାହାଣ ପାଶ୍ୱର୍ର ଇଞ୍ଜିନଠାରୁ ଅଧିକ କାର୍ଯ୍ୟକ୍ଷମ ହୋଇଥିବା ବିମାନର ପାଇଲଟ ନୂଆଦିଲ୍ଲୀ ବିମାନବନ୍ଦରରେ ଅବତରଣ ପରେ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories