www.samajalive.in
Saturday, December 6, 2025
16.1 C
Bhubaneswar

ବିଂଝାରପୁର ଜଳ ପ୍ଳାବିତ ଜମିର ସ୍ଥିତି ପରଖିଲେ ସରକାରୀ ମୁଖ୍ୟ ସଚେତକ ଓ ପ୍ରଶାସନ

ଯାଜପୁର : ଯାଜପୁର ଜିଲାରେ ଅଗଷ୍ଟ ୧୯ ତାରିଖ ଠାରୁ ଆରମ୍ଭ ହୋଇଥିବା ବର୍ଷା ଯୋଗୁଁ ବ୍ୟାପକ ଜମି ଜଳ ପ୍ଳାବିତ ହୋଇଛି । ବିଶେଷ କରି ବିଂଝାରପୁର ବ୍ଳକର ବିସ୍ତୃତ ଅଞ୍ଚଳରେ ପାଣି ଜମି ରହିଥିବାରୁ ତାହାର ସ୍ଥିତି ଅନୁଧ୍ୟାନ ପାଇଁ ବିଧାୟିକା ତଥା ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଆଇ.ଏ.ଏସ୍. ପ୍ରୋବେସନର ସଚିନ ପାୱାର, ରାଜସ୍ୱ ଅତିରିକ୍ତ ଜିଳାପାଳ ଅକ୍ଷୟ କୁମାର ମଲ୍ଲିକ, ଉପଜିପାଳ ନାରାୟଣ ଚନ୍ଦ୍ର ଧଳ, ବ୍ଳକ୍ ଅଧ୍ୟକ୍ଷ  ନନ୍ଦ ସାମଲ, ବି.ଡି.ଓ. ମିନତୀ ଜଗଦେ୍ଦବ, ଅତିରିକ୍ତ ତହସିଲଦାର ଆର୍ଯ୍ୟଦିପ୍ତ ଆରଣ୍ୟକ ସାମନ୍ତରାୟ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରିଥିଲେ। ଏହି ଟିମ୍ ଶିଶିରଣା, ଟିଣା, କୁଆଁରପୁର, ବରପଦା, ଉରକୂଳ, ସୁସୁନପୁର, ରାହାସ ଗୁହାଳୀ, ଗୁହାଳୀ, କପିଳା, ଆଉଁରୀ ବଳଭଦ୍ରପୁର, ପ୍ରୀତିପୁର ଇତ୍ୟାଦି ଅଳର ଜଳ ପ୍ଳାବିତ ଅଳ ପରିଦର୍ଶନ କରିବା ସହ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ବେଙ୍ଗନାଳ, କୁସୁନପୁର, କଣ୍ଟିତର, ମୁଥାନାଳି ମୁହାଣ ଗୁଡିକ ବନ୍ଦ ରହିଥିବାରୁ ଜଳ ନିଷ୍କାସନରେ ବାଧା ସୃଷ୍ଟି ହେଉଛି ବୋଲି ଚାଷୀମାନେ ଅବଗତ କରିଥିଲେ।  ତତ୍‌କ୍ଷଣାତ୍ ଏହି ମୁହାଣ ଗୁଡିକୁ ଖୋଲିବା ପାଇଁ ଜଳ ନିଷ୍କାସନ ବା ଡ୍ରେନେଜ ବିଭାଗକୁ ନିର୍ଦେଶ ଦିଆଯାଇଥିଲା। ଉପସ୍ଥିତ ନିର୍ବାହୀ ଯନ୍ତ୍ରୀ ଏହାକୁ ତତ୍‌କ୍ଷଣାତ୍ କାର୍ଯ୍ୟକାରୀ କରାଇଥିଲେ ।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories