www.samajalive.in
Saturday, December 6, 2025
17.1 C
Bhubaneswar

ବିନିକା ମାର୍କେଟ ୟାର୍ଡରେ ସାମାଜିକ ଦୂରତାରେ ଆରମ୍ଭ ହେଲା ଧାନକିଣା

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ନିୟନ୍ତ୍ରିତ ବଜାରରେ ମହିଳା ମିଶନ ଶକ୍ତି ଓ ମାର୍କେଟ ୟାର୍ଡ ଜରିଆରେ ଶୁକ୍ରବାର ଠାରୁ ଚଳିତ ରବି ଋତୁ ପାଇଁ ସରକାର ବିଧିବଦ୍ଧ ଭାବରେ ଚାଷୀଙ୍କ ଧାନକିଣା ଆରମ୍ଭ ହୋଇଛି। ସରକାରୀ ଘୋଷଣା ଅନୁସାରେ ପ୍ରଶାସନ ପକ୍ଷରୁ ଏନେଇ ପୂର୍ବ ପ୍ରସ୍ତୁତି ଓ ନିଷ୍ପତ୍ତି କ୍ରମେ ରବି ଧାନକିଣା ଆଜି ଠାରୁ ସ୍ବାଭାବିକ ହୋଇପାରିଛି। ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଜିଲ୍ଲା ଯୋଗାଣ ଅଧିକାରୀ ବିବେକାନନ୍ଦ କର୍କରା ଗସ୍ତରେ ଆସି ବିନିକା ନିୟନ୍ତ୍ରିତ ବଜାରରେ ଜୟ ମାଁ ତୁଳସୀ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନିବାସୀ ଜୁହ୍ନାପଡା ବିନିକାଙ୍କ ଉପସ୍ଥିତିରେ ଚଳିତ ରବି ଋତୁରେ ଚାଷୀଙ୍କ ଠାରୁ ଧାନକିଣା ଶୁଭାରମ୍ଭ କରିଥିଲେ।

ଏହି ପରିପ୍ରେକ୍ଷୀରେ ବିନିକା ଜୟ ତୁଳସୀ ଏସ୍ ଏଚ୍ ଜି ମହିଳା ଗୋଷ୍ଠୀର ସଭାନେତ୍ରୀ ଜୟଶ୍ରୀ ବାବୁ ଓ ସାଧାରଣ ସମ୍ପାଦିକା ଅନୁପମା ପୋଢଙ୍କ ସମେତ ଜୟ ତୁଳସୀ ସ୍ବୟଂ ସହାୟକ ମହିଳା ଗୋଷ୍ଠୀର ସମସ୍ତ କର୍ମକର୍ତ୍ତା ଉପସ୍ଥିତିରେ ଧାନ କିଣାଯାଇଥିଲା।ଏହି କ୍ରମରେ ବିନିକା ନିୟନ୍ତ୍ରିତ ବଜାରରେ ମାର୍କେଟ ୟାର୍ଡ ସମେତ ମହିଳା ମିଶନ ଶକ୍ତି ଜରିଆରେ ସ୍ବୟଂ ସହାୟକ ମହିଳା ଗୋଷ୍ଠୀ ଓ ପ୍ରାଥମିକ କୃଷି ସେବା ସମବାୟ ସମିତି ପକ୍ଷରୁ ଏହା କାର୍ୟ୍ୟକାରୀ କରାଯିବ। ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ୨୦୨୯-୨୦ ବର୍ଷ ପାଇଁ ଏହି ରବି ଋତୁର ଉତ୍ପାଦିତ ବଳକା ଧାନକୁ ଆଜି ଠାରୁ ନିୟମିତ ଭାବରେ ସରକାରୀ ଧାର୍ୟ୍ୟ ମୂଲ୍ୟରେ ବିକ୍ରି କରିପାରିବେ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories