www.samajalive.in
Saturday, December 6, 2025
16.1 C
Bhubaneswar

‘ୱାର୍କ ଫ୍ରମ୍ ହୋମ୍’ ପାଇଁ ଜିଓର ନୂଆ ତ୍ରୈମାସିକ ପ୍ଲାନ୍ ; ଜାଣନ୍ତୁ ଗୋଟିଏ ଦିନରେ କେତେ ଜିବି ଡାଟା ମିଳିବ

ଭୁବନେଶ୍ୱର / ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଅଧିକ ଡାଟା ବ୍ୟବହାର କରୁଥିବା ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଶୁକ୍ରବାର ଆଉ ଏକ ନୂଆ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍’ ପ୍ଲାନ୍ ଆରମ୍ଭ କରାଯାଇଛି। ଏହି ନୂଆ ତ୍ରୈମାସିକ ପ୍ଲାନରେ ପ୍ରତିଦିନ ୩ଜିବି ଡାଟା ମିଳୁଥିବା ବେଳେ ୮୪ ଦିନର ବୈଧତା ରହିଛି । ମାତ୍ର ୯୯୯ ଟଙ୍କା ମୂଲ୍ୟ ରହିଥିବା ଏହି ପ୍ଲାନରେ ପ୍ରତିଦିନ ମିଳୁଥିବା ୩ଜିବି ଡାଟା ହିସାବକୁ ନେଲେ ଏହା ଆପାତତଃ ୪ ଟଙ୍କାରୁ କମ୍ ମୂଲ୍ୟରେ ୧ଜିବି ହାଇସ୍ପିଡ୍ ଡାଟା ପ୍ରଦାନ କରାଯାଉଛି।

ଏହି ନୂଆ ତୈମାସିକ ପ୍ଲାନ୍ ଜିଓ ରୁ ଜିଓ ଏବଂ ଲ୍ୟାଣ୍ଡଲାଇନକୁ ମାଗଣା ଏବଂ ଅସୀମିତ ଭଏସ୍ କଲ୍ ର ସୁବିଧା ଉପଲବ୍ଧ ରହିଛି। ଏହା ସହିତ ଜିଓ ରୁ ଅନ୍ୟ ମୋବାଇଲ୍କୁ ୩୦୦୦ ମିନିଟ୍ ଭଏସ୍ କଲ୍ ଏବଂ ଦିନକୁ ୧୦୦ ଏସ୍ଏମ୍ଏସ୍ ଉପଲବ୍ଧ ରହିଛି। ଏହି ପ୍ଲାନରେ ପ୍ରତିଦିନ ୩ଜିବି ଅସୀମିତ ହାଇସ୍ପିଡ୍ ଡାଟା ମିଳୁଥିବା ବେଳେ, ଦୈନିକ ହାଇସ୍ପିଡ୍ ଡାଟା ଲିମିଟ୍ ସମାପ୍ତ ହେବାପରେ ମଧ୍ୟ ୬୪ କେବିପିଏସ୍ ଡାଟା ଚାଲୁ ରହିବ। ଏଥିସହ ଏହି ପ୍ଲାନ୍ ସହିତ ମାଗଣାରେ ଜିଓ ସିନେମା, ଜିଓ ସାୱନ୍, ଜିଓ ଟିଭି ସମେତ ସମସ୍ତ ଜିଓ ଆପ୍ସ ବ୍ୟବହାର ସୁବିଧା ମିଳୁଛି।

- Advertisement -

ଲକଡାଉନ୍ ପରଠାରୁ  ହାଇସ୍ପିଡ୍ ଡାଟାର ଆବଶ୍ୟକତା ଓ ବ୍ୟବହାର ବୃଦ୍ଧି ପାଇଛି। ଅଧିକାଂଶ ଲୋକ ଘରୁ କାମ କରିବା ଆରମ୍ଭ କରିଛନ୍ତି ଏବଂ ଅଧିକ ମନୋରଞ୍ଜନ ପାଇଁ ମଧ୍ୟ ଉତ୍ସାହିତ ରହିଛନ୍ତି। ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ଏହି ନୂତନ ତ୍ରୈମାସିକ ‘ୱାର୍କ-ଫ୍ରମ୍-ହୋମ୍’ ଯୋଜନା ଆଣିଦେଇଛି।

ଏହାପୂର୍ବରୁ ଜିଓ ଆରମ୍ଭ କରିଥିବା ‘ୱାର୍କ-ଫ୍ରମ୍-ହୋମ୍’ ବାର୍ଷିକ ପ୍ଲାନ ରେ ୨୩୯୯ ଟଙ୍କାରେ ୩୬୫ ଦିନ ପାଇଁ ଦୈନିକ ୨ଜିବି ଡାଟା ପ୍ରଦାନ କରିବା ସହିତ ଅନ୍ୟମାନଙ୍କ ଠାରୁ ୩୩ ପ୍ରତିଶତ ଅଧିକ ଲାଭ ପ୍ରଦାନ କରୁଛି। ଏଥିସହିତ ଜିଓ ୨,୧୨୧ ଟଙ୍କାରେ ଏହାର ଦୀର୍ଘ ଅବଧି ପ୍ଲାନ୍ ରେ ୩୩୬ ଦିନର ବୈଧତା ସହ ଦିନକୁ ୧.୫ଜିବି ଡାଟା ପ୍ରଦାନ କରୁଛି।

ସୂଚନାଯୋଗ୍ୟ ଯେ, ଗାହକଙ୍କ ବର୍ଦ୍ଧିତ ଡାଟା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ୧୫୧, ୨୦୧ ଏବଂ ୨୫୧ ଟଙ୍କାର ସୁଲଭ ୱାର୍କ ଫ୍ରମ୍ ହୋମ୍ ଡାଟା ପ୍ୟାକ୍ ଆରମ୍ଭ କରାଯାଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories