www.samajalive.in
Saturday, December 6, 2025
15.1 C
Bhubaneswar

ସମୁଦ୍ରରୁ ବଳ ଗୋଟାଇ ବଢ଼ୁଛି ‘ଅମ୍ଫାନ’: ୧୯ ବେଳକୁ ପ୍ରବଳ ବର୍ଷା; ବାତ୍ୟା ଆଶଙ୍କା

ଭୁବନେଶ୍ବର: ପ୍ରାୟ ସପ୍ତାହେ ହେଲା ସମୁଦ୍ରରେ ବଳ ଗୋଟାଉଛି ସାମୁଦ୍ରିକ ଝଡ଼ ’ଅମ୍ଫାନ’ ।  ଏହି ବାତ୍ୟା ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶ ଆଡକୁ ମୁହାଁଇବ ଏବଂ ପରେ ଏହା ଉପକୂଳ କଡେ କଡେ ଉତ୍ତର-ବଙ୍ଗୋପସାଗର ଆଡକୁ ଗତି କରିବ । ଏହି ସମୟରେ ବାତ୍ୟା ଭୀଷଣ ରୂପ ନେଇପାରେ ବୋଲି ଅନୁମାନ କରାଯାଉଛି । ୧୯ ତାରିଖ ବେଳକୁ ଆମ୍ଫାନ ପୁରୀ ଓ ଜଗତସିଂହପୁର ଜିଲ୍ଲା ପାଖ ଉପକୂଳ ଅତିକ୍ରମ କରିବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଜ୍ଞାନୀମାନେ ମନେ କରୁଛନ୍ତି । ଉପଗ୍ରହ ଦ୍ବାରା ନିଆଯାଇଥିବା ଛବିରୁ ବାତ୍ୟା ଗୁରୁତର ରୂପ ନେଇପାରେ ଓ ଓଡ଼ିଶା ଏଥିରେ ପ୍ରଭାବିତ ହେବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ଆକଳନ କରାଯାଇଛି ।

- Advertisement -

 

ପାଣିପାଗ ବିଜ୍ଞାନୀଙ୍କ ସୂଚନା ଅନୁସାରେ ଏହି ଘୂର୍ଣିଝଡ଼ ଉତ୍ତର ଓଡ଼ିଶାରୁ ବଙ୍ଗଳାଦେଶ ମଧ୍ୟରେ କେଉଁଠି ବି ଭୂଭାଗ ସ୍ପର୍ଶ (ଲ୍ୟାଣ୍ଡଫଲ୍) କରିପାରେ ।  ୟୁରୋପିଆନ ମଡେଲ ଇସିଏମଡବ୍ଲ୍ୟୁଏଫ୍ ଆକଳନ ଅନୁସାରେ ଏହି ଘୂର୍ଣିଝଡ଼ ମଙ୍ଗଳବାର ସନ୍ଧ୍ୟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶର ବିଶାଖପାଟଣା ନିକଟତର ହେବ ଏବଂ ଏହାପରେ ଉତ୍ତରଦିଗକୁ ଗତି କରିବ । ପ୍ରାୟ ୨୪ ଘଣ୍ଟା ପରେ ବୁଧବାର ରାତିରେ ଏହା ଭୂଭାଗ ସ୍ପର୍ଶ କରିବ । ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗ ଏହି ଘୂର୍ଣିଝଡ଼ କେଉଁଠି ଭୂଭାଗ ସ୍ପର୍ଶ କରିବ ତାହା ସ୍ପଷ୍ଟ କରି ନ ଥିଲେ ହେଁ ଓଡ଼ିଶା ପ୍ରତି ବିପଦ ଆଶଙ୍କା ଟଳିନାହିଁ ବୋଲି କହିଛି ।

ତେବେ ‘ଅମ୍ଫାନ’ ପ୍ରଭାବରେ  ୧୮ ତାରିଖରୁ ମାଲକାନଗିରି , କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଓ ପୁରୀରେ ବର୍ଷା ଆଶଙ୍କା ରହିଛି ।  ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଏବଂ କଟକରେ ମଧ୍ୟ ବର୍ଷା ହୋଇପାରେ । ୧୯ ତାରିଖ ବେଳକୁ ବାତ୍ୟାର ଗତି ଅନୁସାରେ ବର୍ଷା ବଢ଼ିବ ବା କମିବ । ତେବେ ଯଦି ବାତ୍ୟା ଓଡ଼ିଶା ମୁହାଁ ହେଲା ତେବେ ୨୦ ତାରିଖ ବେଳକୁ ଏହାର ପ୍ରଭାବ ସବୁଠାରୁ ଅଧିକ ଅନୁଭୂତ ହେବ । କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁରରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେହିପରି ବାତ୍ୟା ଯେଉଁଠି ଭୂ-ଭାଗ ସ୍ପର୍ଶ କରିବ ସେଠାରେ ପବନର ବେଗ ଘଣ୍ଟାକୁ ୧୪୦ରୁ ୧୬୦ କିଲୋମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି ।

ଅନ୍ୟପକ୍ଷରେ ରାଜ୍ୟ ସରକାର ସମ୍ଭାବ୍ୟ ବାତ୍ୟା ନିମନ୍ତେ ଆରମ୍ଭ କରିଛନ୍ତି ପ୍ରସ୍ତୁତି । ରାଜ୍ୟ ରିଲିଫ୍ କମିଶନର ପ୍ରଦୀପ ଜେନା କହିଛନ୍ତି ଯେ, ବାତ୍ୟା ଯୋଗୁ ଉତ୍ତର ଓଡ଼ିଶା ପ୍ରଭାବିତ ହୋଇପାରେ। ଆମେ ନିୟମିତ ଭାବେ ଏହା ଉପରେ ନଜର ରଖିଛୁ। ଆଶ୍ରୟସ୍ଥଳଗୁଡ଼ିକୁ ଠାବ କରିବାକୁ ଜିଲାପାଳଙ୍କୁ କହିଛୁ। ଆବଶ୍ୟକ ପଡ଼ିଲେ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ସରପଞ୍ଚ ଏବଂ ସ୍କୁଲ ଶିକ୍ଷକ ସେଲ୍‌ଟର ହୋମ୍‌ ଦାୟିତ୍ଵରେ ରହିବେ । ପୁଲିସ, ଅଗ୍ନିଶମ, ଏନଡିଆରଏଫ ସହିତ ପ୍ରାଥମିକ ଆଲୋଚନା ହୋଇଛି। ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର ଓ ଭଦ୍ରକ ଆଦି ୪ ଉପକୂଳ ଜିଲାର ଜିଲାପାଳଙ୍କ ସହ ମଧ୍ୟ ଆଲୋଚନା କରିଛୁ। ୧୫ ତାରିଖରୁ ଗଭୀର ସମୁଦ୍ରକୁ ନ ଯିବାକୁ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି। ସେହିପରି ସମବାୟ, ଶକ୍ତି, ଜଳସମ୍ପଦ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି। ବାତ୍ୟା ପରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବ ନାହିଁ ବୋଲି ଆଶା ଥିବା ଏସଆରସି କହିଛନ୍ତି। ବାତ୍ୟା ପରିସ୍ଥିତି ସୃଷ୍ଟି ହେଲେ ଏହାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ଗଜପତିରୁ ମୟୂରଭଞ୍ଜ ପର୍ଯ୍ୟନ୍ତ ୧୨ ଜିଲାକୁ ସତର୍କ କରାଯାଇଛି। ସାମ୍ଭାବ୍ୟ ବାତ୍ୟା ପ୍ରଭାବିତ ଜିଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଥିବା ଏସଆରସି କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories