ଯେଉଁଠି ରୁହନ୍ତି ବିଲ୍ ଗେଟ୍ସ୍
ବିଶ୍ୱର ବିତ୍ତଶାଳୀ ତାଲିକାର ସର୍ବୋଚ୍ଚ ସ୍ଥାନ ମଣ୍ଡନ କରି ଆସିଥିବା ବିଲ୍ ଗେଟ୍ସଙ୍କ ବିଷୟରେ କିଏ ବା ନ ଜାଣେ। କମ୍ପ୍ୟୁଟର ଓ ସୂଚନା ପ୍ରଯୁକ୍ତି ବିଦ୍ୟାରେ ବିପ୍ଳବ ଆଣିଥିବା ମାଇକ୍ରୋସଫ୍ଟ କମ୍ପାନୀର ଏହି ପ୍ରତିଷ୍ଠାତାଙ୍କ ବିଷୟରେ ଏଭଳି କିଛି ତଥ୍ୟ ରହିଛି ଯାହା ସମସ୍ତଙ୍କୁ ଜଣା ନୁହେଁ। ତେବେ ଆସନ୍ତୁ ଜାଣିବା ବିଲ୍ ଗେଟ୍ସଙ୍କ ଘର ବିଷୟରେ –
୧-ବିଲ୍ ଗେଟ୍ସଙ୍କ ପ୍ରିୟ ସାମଗ୍ରୀ ମଧ୍ୟରେ ରହିଛି ୧୨୩ ନିୟୁତ ଆମେରିକୀୟ ଡଲାର ମୂଲ୍ୟର ଏକ ଘର। ଏହି ଘର ନିର୍ମାଣ ପାଇଁ ବିଲ୍ ଗେଟ୍ସ ୬୩ ନିୟୁତ ଆମେରିକୀୟ ଡଲାର ଖର୍ଚ୍ଚ କରିଥିଲେ। ଘର ନିର୍ମାଣ ହେବା ପାଇଁ ୭ ବର୍ଷ ଲାଗିଥିଲା।
୨- ପ୍ରତିବର୍ଷ ବିଲ୍ ଗେଟ୍ସ ସମ୍ପତ୍ତି କର ବାବଦରେ ୧ ନିୟୁତ ଆମେରିକୀୟ ଡଲାର ପୈଠ କରନ୍ତି।
୩-ଏହି ଘରର କାନ୍ଥ ଓ ଚଟାଣ ଅଭିନବ ଓ ଉନ୍ନତ ଜ୍ଞାନକୌଶଳରେ ଚିତ୍ରିତ ହୋଇଛି। ଏହି ଚିତ୍ରଗୁଡ଼ିକ ସ୍ଥାୟୀ ନୁହେଁ। ଏକ ବଟନ୍କୁ ସ୍ପର୍ଶ କରିବା ମାତ୍ରେ କାନ୍ଥ ଓ ଚଟାଣରେ ଅଙ୍କିତ ଚିତ୍ରଗୁଡ଼ିକ ଆପେ ଆପେ ବଦଳି ଯିବ। ନିଜ ମନପସନ୍ଦର ଫଟୋ ଓ ଚିତ୍ରକୁ ଏହି କାନ୍ଥରେ ପ୍ରତିଫଳିତ କରାଯାଇପାରିବ।
୪- ବିଲ୍ ଗେଟ୍ସ୍ଙ୍କ ୩,୯୦୦ ବର୍ଗଫୁଟ୍ ବିଶିଷ୍ଟ ବଙ୍ଗଳାରେ ରହିଛି ୬୦ ଫୁଟ୍ ଲମ୍ବର ଏକ ସ୍ୱିମିଂ ପୁଲ୍। ସେଠାରେ ପାଣି ତଳେ ସ୍ୱୟଂଚାଳିତ ସଂଗୀତ ବ୍ୟବସ୍ଥା ରହିଛି ଯାହା ମନର ସ୍ଥିତି ଅନୁଯାୟୀ ଆପେ ଆପେ ବଦଳିଯିବ।
୫- ସେଠାରେ ଏକ ଟ୍ରାମ୍ପୋଲାଇନ୍(ବ୍ୟାୟାମ ପାଇଁ ଉଦ୍ଦିଷ୍ଟ ଉପକରଣ) ରହିଛି। ଯେଉଁ କକ୍ଷରେ ତାକୁ ରଖାଯାଇଛି ସେହି କକ୍ଷର ଛାତର ଉଚ୍ଚତା ୨୦ ଫୁଟ୍।
୬- ୨୧୦୦ବର୍ଗଫୁଟ୍ର ଏକ ଗମ୍ବୁଜାକାର ପାଠାଗାର ରହିଛି। ସେହି ପାଠାଗାରରେ ଦୁଇଟି ଗୋପାନୀୟ ବୁକ୍କେସ୍ ରହିଛି। ଉଲ୍ଳେଖନୀୟ ହେଲା ସେଠାରେ ଲିଓନାର୍ଡୋ ଦା ଭିନ୍ସିଙ୍କ ଏକ ପାଣ୍ଡୁଲିପି ରହିଛି। ୧୯୯୪ରେ ୩୦.୮ ନିୟୁତ ଆମେରିକୀୟ ଡଲାର ବିନିମୟରେ ବିଲ୍ ଗେଟ୍ସ ଏହାକୁ ଏକ ନିଲାମ୍ରେ କିଣିଥିଲେ।
୭- ହୋମ୍ ଥିଏଟର ଥିବା କଠୋରିରେ ୨୦ ଜଣ ବସିବା ପରି ବ୍ୟବସ୍ଥା କରାଯାଇଛି। ସେଠାରେ ଏକ ପପ୍କର୍ଣ୍ଣ ପ୍ରସ୍ତୁତକାରୀ ଉପକରଣ ମଧ୍ୟ ରହିଛି।
୮- ବଙ୍ଗଳାରେ ପ୍ରାକୃତିକ ପରିବେଶର ଭ୍ରମ ସୃଷ୍ଟି କରିବା ଭଳି ପ୍ରକ୍ରିୟା ରହିଛି। ସେଠାରେ ସମୁଦ୍ର ଜୁଆର, ନଦୀ ମୁହାଣ ଓ ବଡ଼ ବଡ଼ ସାମୁଦ୍ରିକ ମାଛ ରହିଥିବା ଦେଖିବାକୁ ମିଳିବ। ସେଠାରେ ପ୍ରତିବର୍ଷ ବାଲି ବଦଳାଯାଉଛି। ଏଥିପାଇଁ ସେଣ୍ଟ ଲୁସିଆରୁ ପ୍ରତିବର୍ଷ ସାମୁଦ୍ରିକ ବାଲି ଅଣାଯାଉଛି।
୯- ବିଲ୍ ଗେଟ୍ସ୍ଙ୍କ ପାଇଁ ରହିଛି ଏକ ବ୍ୟକ୍ତିଗତ ଜେଟ୍ ପ୍ଲେନ୍। ବୋମ୍ବାରଡିୟର ବିଡି ୭୦୦ ନାମକ ଏକ ଜେଟ୍ର କ୍ଷମତା ଓ ବେଗ ବୋଇଂ ୭୩୭ ଜେଟ୍ ସହିତ ସମାନ।
୧୦- ବିଲ୍ ଗେଟ୍ସ ଖୁବ୍ କଳା ଓ ଚିତ୍ର ପ୍ରିୟ। ୩୬ ନିୟୁତ ଆମେରିକୀୟ ଡଲାର ବ୍ୟୟରେ ସେ ୱିନସ୍ଲୋ ହୋମରଙ୍କ ‘ଲଷ୍ଟ ଅନ୍ ଦି ଗ୍ରାଣ୍ଡ ବ୍ୟାଙ୍କ’ ନାମକ ଏକ କଳାକୃତି କିଣିଛନ୍ତି।