www.samajalive.in
Sunday, December 7, 2025
26.1 C
Bhubaneswar

ବେଆଇନ ପାର୍କିଂ ଯୋଗୁଁ ଜଣଙ୍କ ମୁଣ୍ଡ ଦୁଇଫାଳ – ପିଟିହେଲା ବାଇକ୍‌ କାର ଏବଂ ଟ୍ରଲର

ରେଙ୍ଗାଲି – ସମ୍ବଲପୁର-ରାଉରକେଲା ୧୦ ନମ୍ବର ରାଜ୍ୟରଜପଥ (ବିଜୁ ଏକ୍ସପ୍ରେସ ୱେ) ର ଠେଲକୋଲୋଇ ହାଇସ୍କୁଲ ପାଖରେ ଶୁକ୍ରବାର ଅପରାହ୍ନ ରେ ଓଡି ୧୫ଆର୍-୮୬୭୧ ଟ୍ରଲର଼୍- ଓଡି୧୫ଏଫ୍-୯୮୯୫ କାର୍- ଓଡି୧୫ଡି-୩୯୬୧ ବାଇକ୍ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି। ଠେଲକୋଲୋଇ ପୁଳିସ ଘଟଣାସ୍ଥଳ କୁ ପହଞ୍ଚି ଆହତ ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ରେ ଉଭୟଙ୍କୁ ବୁର୍ଲା ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠାଇ ଘଟଣା ର ତଦନ୍ତ ଜାରି ରଖିଛି। ଆହତ ବାଇକ୍ ଆରୋହୀ ଦୁଇଜଣ ହେଲେ ଖିଣ୍ଡା ବୁଧିଆପାଲି ଗ୍ରାମ ର ଟିଙ୍କୁ ସାହୁ(୨୭) ଏବଂ ଶ୍ରୀମନ୍ତ ପଧାନ(୨୬) । ଉଭୟେ ଠେଲକୋଲୋଇ ରୁ ନିଜ ଗାଁ କୁ ଫେରୁ ଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି। ଦୁର୍ଘଟଣାଗ୍ରସ୍ତ କାର୍ ଚୁର୍ ମାର୍ ହୋଇଯାଇଥିଲେ ମଧ୍ୟକାର୍ ରେ ଥିବା ଯାତ୍ରୀ ଅଳ୍ପେକେ ବର୍ତ୍ତିଯାଇଛନ୍ତି।

ରାଜ୍ୟର ଅନ୍ୟତମ ବ୍ୟସ୍ତ ବହୁଳ ରାସ୍ତା ରୂପେ ବିବେଚିତ ଏହି ରାଜ୍ୟ ରାଜପଥ କଳକାରଖାନା,ଖଣି ଖାଦାନ ର ପାର୍କିଂ ଜୋନ୍ ରୂପେ ବ୍ୟବହାର ହେଉଥିବା ରୁ କାରଖାନା ଓ ଖଣି ଖାଦାନ ଥିବା ଅଞ୍ଚଳ ରେ ଏଭଲି ସଡକ ଦୁର୍ଘଟଣା ଘଟି ଲୋକେ ମୃତାହତ ହେଉଛନ୍ତି । ଖିଣ୍ଡା ପଞ୍ଚାୟତ ରେ ଥିବା ଏନ୍ ଏଲ୍ ସି କୋଇଲା ଖଣି କୁ କୋଇଲା ପରିବହନ ପାଇଁ ଆସୁଥିବା ଭାରି ଯାନ ଗୁଡିକ ଲପଙ୍ଗା ସାତଗଛିଆ ରୁ ଠେଲକୋଲୋଇ ହାଇସ୍କୁଲ ଯାଏ ୪/୫ କିଲୋମିଟର ପର୍ଯ୍ୟନ୍ତ ପାର୍କିଂ ଜୋନ୍ ଭଲି ଭାରି ମାଲବାହୀ ଯାନ ଦିନ ରାତି ପାର୍କିଂ ହୋଇ ଛିଡା ରହୁଛି। ଏଥିଯୋଗୁଁ ଉପରୋକ୍ତ ଅଞ୍ଚଳ ରେ ବାରମ୍ବାର ଦୁର୍ଘଟଣା ଘଟୁଛି । ଅଞ୍ଚଳବାସୀ ବେଆଇନ ପାର୍କିଂ ହଟାଇବା ପାଇଁ ଅସଂଖ୍ଯ ଥର ଦାବୀ ଓ ଆନ୍ଦୋଳନ କରିଥିଲେ ମଧ୍ଯ କୌଣସି ସୁଫଳ ମିଳୁ ନଥିବାରୁ ତୀବ୍ର ଜନ ଅସନ୍ତୋଷ ପ୍ରକାଶ ପାଉଛି। ଖଣି ଖାଦାନ ଓ କଳକାରଖାନା ମାଳିକ ମାନେ କୋଟି କୋଟି ଟଙ୍କା ମୁନାଫା କରୁଥିବା ବେଳେ ନିଜସ୍ବ ପାର୍କିଂ ଜୋନ୍ ତିଆରି ନକରି ରାଜ୍ୟ ରାଜପଥ କୁ ପାର୍କିଂ ଜୋନ୍ ରୂପେ ବ୍ୟବହାର କରି ରାଜରାସ୍ତା କୁ ଜନସାଧାରଣଙ୍କ ପାଇଁ ମରଣ ଯନ୍ତା ରେ ପରିଣତ କରିଦେଇଛନ୍ତି ବୋଲି ସଚେତନ ନାଗରିକ ମହଲ ରେ ପ୍ରତିକ୍ରିୟା ପ୍ରକାଶ ପାଉଛି । ଜିଲ୍ଲା ପ୍ରଶାସନ ଏଦିଗରେ ଦୃଷ୍ଟିଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories