www.samajalive.in
Friday, December 12, 2025
14.1 C
Bhubaneswar

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ୩ ଗୁରୁତର

ପାତ୍ରପୁର: ପାତ୍ରପୁର ବ୍ଳକ ସାମନ୍ତିଆ ପଲ୍ଲୀ ପାତ୍ରପୁର ରାସ୍ତାର ବାଗଦେବୀ ମନ୍ଦିର ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଚାରିଜଣ ଆହତ ହୋଇଛନ୍ତି। ସେଥିମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ଆହତମାନେ ହେଲେ ବରଙ୍ଗ ଗ୍ରାମର ସୁଶାନ୍ତ ରାଉଳ ତାଙ୍କ ପତ୍ନୀ ଜୟନ୍ତୀ ରାଉଳ, ଅଭୟପୁରର କେ.ସୁଦାମ ଏବଂ ଚିକିଟି ବ୍ଳକ ମଇସାନ ପୁରର କେ.ମନୋଜ କୁମାର ବୋଲି ଜଣାପଡ଼ିଛି।

ଖବରରୁ ପ୍ରକାଶ ଯେ ଆଜି ସୁଶାନ୍ତ ନିଜ ଗର୍ଭବତୀ ପତ୍ନୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପାଇଁ ବାଇକ ଯୋଗେ ଗ୍ରାମରୁ ପାତ୍ରପୁର ଡାକ୍ତରଖାନାକୁ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ସମ​‌ସ୍ତେ ରାସ୍ତାରେ ଛିଟିକି ପଡି ଥିଲେ। ତୁରନ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ୧୦୮ଯୋଗେ ପାତ୍ରପୁର ନିଆଯାଇ ଥିଲା। ସେଠାରୁ ତିନି ଜଣ ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories