ଗଞ୍ଜାମ: ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ପୁଇଁତୋଳା ଗ୍ରାମର ମା’ କନକଦୁର୍ଗା କ୍ଲବ ପକ୍ଷରୁ ହେଣ୍ଡବଲ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଡ଼ ବଜାର ବଣିକ ସଙ୍ଘ ସଭାପତି ଗୌରୀ ଶଙ୍କର ବାରିକି ଯୋଗଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି କୈଳାଶ ଚନ୍ଦ୍ର ପଳାଇ, ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ପୂର୍ବତନ ଉପନଗରପାଳ ନୀଳାଞ୍ଚଳ ବାରିକି, ସାମ୍ବାଦିକ ବିଦ୍ୟାଧର ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। କ୍ଳବ ସଭାପତି ଅଜୟ କୁମାର ବାରିକି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଉଦଘାଟନୀ ମ୍ୟାଚରେ କୁମାର ବେଗ ପଲିର ଜଳେଶ୍ୱର ଟିମ ସହ ଆସ୍କା ଶ୍ରୀହରି ଟିମ ମଧ୍ୟରେ ମୁକାବିଲା ହୋଇଥିଲା। ଏଥିରେ କୁମାର ବେଗପଲି ଜଳେଶ୍ୱର ଟିମ ବିଜୟୀ ଲାଭ କରିଛି l ଆସ୍କା ଶ୍ରୀହରି ଟିମ କୁ ୩-୧ ସେଟରେ ପରାସ୍ତ କରି ଏହି ବିଜୟ ହାସଲ କରିଥିଲା ଜଳେଶ୍ୱର ଟିମ l ଜୟକୃଷ୍ଣ ବାରିକି ମ୍ୟାଚ ପରିଚାଳନା କରୁଥିବା ବେଳେ ମା’ କନକ ଦୁର୍ଗା କ୍ଳବର ଯୁବକମାନେ ସହଯୋଗ କରିଥିଲେ l
Popular Categories



