www.samajalive.in
Wednesday, December 10, 2025
23.1 C
Bhubaneswar

ବିକାଶ ମଞ୍ଚ ପକ୍ଷରୁ କମ୍ବଳ ବଣ୍ଟନ

ତିଗିରିଆ :  ଆଠଗଡ଼ ବିକାଶ ମଞ୍ଚ ପକ୍ଷରୁ ତିଗିରିଆ ବ୍ଲକ ପାଞ୍ଚଗାଁ ଗ୍ରାମର କଦମ ସାହିରେ ଶୁକ୍ରବାର କମ୍ବଳ ବଣ୍ଟନ କରାଯାଇଛି । ବିକାଶ ମଞ୍ଚର ସଭାପତି ମାନସ ରଞ୍ଜନ ବସ୍ତିଆ ନିଜେ ଉପସ୍ଥିତ ରହି ସ୍ଥାନୀୟ ଅଞ୍ଚଳର ଗରିବ ମହିଳା ଓ ବୃଦ୍ଧାମାନଙ୍କୁ ଏହି କମ୍ବଳ ବଣ୍ଟନ କରିଥିଲେ । ଆଗକୁ ଶୀତର ପ୍ରକୋପ ବଢ଼ିବାକୁ ଲକ୍ଷ୍ୟ ରଖି ମଞ୍ଚ ପକ୍ଷରୁ ଏହି ସହାୟତା ଏବେ ବଣ୍ଟନ କରାଯାଉଥିବା ଶ୍ରୀ ବସ୍ତିଆ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ବିକାଶ ମଞ୍ଚର ସଦସ୍ୟ ପ୍ରଦ୍ୟୁମ୍ନ ଦାସ ଓ ରଞ୍ଜନ ସାହୁ ସହଯୋଗ କରିଥିଲେ। ବର୍ଷ ତମାମ ବିଭିନ୍ନ ସମୟରେ ଅନୁଷ୍ଠାନ ପକ୍ଷରୁ ଯଥାସାଧ୍ୟ ଗରିବ ଲୋକଙ୍କୁ ବିଭିନ୍ନ ପ୍ରକାର ସହାୟତା କରାଯାଉଥିବାରୁ ସ୍ଥାନୀୟ ଜନସାଧାରଣ ଅନୁଷ୍ଠାନର ଏହି ମହନୀୟ କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ ।

Hot this week

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

Related Articles

Popular Categories