www.samajalive.in
Wednesday, December 10, 2025
26.1 C
Bhubaneswar

ଅଖିଳ ଭାରତୀୟ ଅଘରିଆ ସମାଜର ଶତାବ୍ଦୀ ସମାରୋହ

ରେଙ୍ଗାଲି :   ସମ୍ବଲପୁର ଜିଲ୍ଲାର ଲଇଡା ଠାରେ ଶୁକ୍ରବାର ଅଖିଳ ଭାରତୀୟ ଅଘରିଆ ସମାଜର ସପ୍ତମ ରାଜ୍ୟସ୍ତରୀୟ ମହାସମ୍ମିଳନୀ ତଥା ସାଂଗଠାନିକ ଶତାବ୍ଦୀ ସମାରୋହ  ଉଦଘାଟିତ ହୋଇ ଯାଇଛି । ରାଜ୍ୟ ସଭାପତି ନରେଶ ନାୟକଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ଛତିଶଗଡର ବିଧାୟକ ପ୍ରକାଶ ନାୟକ, ସମ୍ବଲପୁର ଜିଲ୍ଲା ପରିଷଦର ସଭାପତି କୁମୋଦିନି ନାୟକ, ଛତିଶଗଡର କେନ୍ଦ୍ର ସଭାପତି ଭୁବନେଶ୍ୱର ପଟେଲ, ଓଡ଼ିଶା ରାଜ୍ୟ ଉପ ସଭାପତି ଦିନବନ୍ଧୁ ପଟେଲ, ସାଧାରଣ ସଂପାଦକ ଦିଲ୍ଲୀପ ପଟେଲ, ସଙ୍ଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ ସମ୍ପାଦକ ସନାତନ ପଟେଲ, ସହ ସମ୍ପାଦକ ସୁବୋଧ ପଟେଲ, ମହିଳା ସଭାନେତ୍ରୀ ଜୟନ୍ତୀ ପଟେଲ, ଅଭ୍ୟର୍ଥନା କମିଟି ସଭାପତି ବିନୟ ଚୌଧୁରୀ, ପୂର୍ବତନ ସଭାପତି ଗଙ୍ଗାଧର ନାୟକ, ଡ. ବିନୋଦ ବିହାରୀ ନାଏକ, ପ୍ରହଲ୍ଲାଦ ପଟେଲ, ଲଇଡା ଆଞ୍ଚଳିକ ଗୁଡି ସଭାପତି କବିର ଶରଣ ନାଏକ  ପ୍ରମୁଖ ମଞ୍ଚାସୀନ ରହି ବିଭିନ୍ନ ପ୍ରକାର ସଚେତନତା ମୂଳକ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିବା ସହିତ ଅଘରିଆ ସମାଜର ଇତିହାସ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହା ପୂର୍ବରୁ ଜଗନ୍ନାଥ ମନ୍ଦିର ଓ ଅଘରିଆ ଧାମ ପରିସରରେ ପୂଜା ଅର୍ଚ୍ଚନା କରିବା ସହ ପବିତ୍ର ମାଟି ସଂଗ୍ରହ ପରେ ଶହେ ଆଠ କଳସ ଧାରଣ କରି ଏକ ବିରାଟ ଶୋଭାଯାତ୍ରାରେ ସଭାସ୍ଥଳକୁ ଆସି ଧ୍ଵଜା ଉତ୍ତୋଳନ କରି ତିନି ଦିନିଆ ସମ୍ମିଳନୀକୁ ଉଦଘାଟନ କରାଯାଇଥିଲା। ଲଇଡା ଅଞ୍ଚଳରେ ଥିବା  ଅଘରିଆ ସମାଜର ସମସ୍ତ ତିୱାରୀ କୂଳ ପୁରୋହିତ ମାନଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏହି ସଭାରେ ଏକ ସୁଦୃଶ୍ୟ ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories