www.samajalive.in
Wednesday, December 10, 2025
26.1 C
Bhubaneswar

ବୌଦ୍ଧରେ ହେବ ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ବୃହତ ସାପ୍ତାହିକ ବୁଣାକାର ବଜାର

ବୌଦ୍ଧ : ବୌଦ୍ଧ ଜିଲା ମୁଖ୍ୟାଳୟର ବିଜୁ ପଟ୍ଟନାୟକ ଆଦର୍ଶ କୃଷି ବଜାରରେ ପଶ୍ଚିମ ଓଡ଼ିଶାର ଦ୍ୱିତୀୟ ବୃହତ ସାପ୍ତାହିକ ବୁଣାକାର ବଜାରର ଶୁଭ ଉଦଘାଟନ ଆସନ୍ତା ରବିବାର ସକାଳ ୯ଟା ସମୟରେ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ  ପ୍ରଦିପ କୁମାର ଅମାତଙ୍କ  ଦ୍ବାରା ଅନୁଷ୍ଠିତ ହେବ। ଏହି ବୁଣାକାର ବଜାରରେ ସମଗ୍ର ରାଜ୍ୟ ଓ ରାଜ୍ୟ ବାହାରର ବୁଣାକାରମାନେ ଆସି ସେମାନଙ୍କ ସାମଗ୍ରୀ ବିକ୍ରୟ କରିବେ। ବିଶେଷ କରି ବୌଦ୍ଧଜିଲ୍ଲାର ବୁଣାକାର ଓ କାରିଗରମାନଙ୍କ ନିରନ୍ତର ବିକାଶ ଓ ସମାଗ୍ରିକ ଅଭିବୃଦ୍ଧି ନିମନ୍ତେ ତଥା ହସ୍ତତନ୍ତ ବସ୍ତ୍ରକୁ ଭଲ ପାଉଥିବା କ୍ରେତାମାନଙ୍କୁ ସୁଲଭ ମୂଲ୍ୟରେ ହସ୍ତତନ୍ତ ପୋଷାକ ଯୋଗାଇ ଦେବାକୁ ଜିଲା ପ୍ରଶାସନ ପକ୍ଷରୁ ପ୍ରଥମଥର ବୌଦ୍ଧ ବୁଣାକାର ବଜାର ନାମରେ ଏହି ସାପ୍ତାହିକ ହାଟ ଖୋଲିବାକୁ ଯାଉଛି। ବିକ୍ରେତାମାନେ ମହଜୁଦ ରଖିଥିବା ନିଜସ୍ୱ ଉତ୍ପାଦ ହସ୍ତତନ୍ତ ବସ୍ତ୍ରର ବହୁଳ ବିକ୍ରୟର ସୁଯୋଗ ନେବା ତଥା ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବା ସର୍ବୋପରି ପ୍ରଶାସନର ଏହି ପ୍ରୟାସକୁ ସହଯୋଗର ହାତ ବଢାଇ ସାପ୍ତାହିକ ହସ୍ତତନ୍ତ ବଜାରର ମୌଳିକ ଉଦ୍ଦେଶ୍ୟକୁ ସଫଳ କରିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି । ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ବୁଣାକାରମାନଙ୍କୁ ପ୍ରଥମ ଦୁଇମାସ ପର୍ଯ୍ୟନ୍ତ ଏହି ବଜାରରେ ମାଗଣାରେ ପିଣ୍ଡି ଯୋଗାଇ ଦିଆଯିବ । ହସ୍ତତନ୍ତ ତଥା ସମ୍ବଲପୁରୀ ପୋଷାକ ବଜାର ଖୋଲିବା ପୂର୍ବରୁ ଏକ ଟିମ୍ ଏହାକୁ ବାସ୍ତବ ରୂପ ଦେବା ପାଇଁ ବରଗଡ ବାଲିଝୁରୀ ବୁଣାକାର ହାଟକୁ ପରିଦର୍ଶନ କରିଥିଲେ। ସେଠାରେ ପ୍ରତ୍ୟକ୍ଷ ଅନୁଧ୍ୟାନ କରିବା ସହିତ ସ୍ଥାନୀୟ ବ୍ୟବସାୟୀଙ୍କ ସହିତ ଆଲୋଚନା କରିଥିଲେ ଏବଂ ବୌଦ୍ଧକୁ ବ୍ୟବସାୟ ପାଇଁ ଆସିବାକୁ ଅନୁରୋଧ କରିଥିଲେ। ବୌଦ୍ଧ ବୁଣାକାର ବଜାରକୁ ସଫଳ କରିବା ପାଇଁ ବରଗଡ, ସୁବର୍ଣ୍ଣପୁର, ବୌଦ୍ଧର ବୁଣାକାରମାନଙ୍କ ସହିତ ବିଭିନ୍ନ ସମୟରେ ଅଧିକାରୀମାନେ ଆଲୋଚନା କରିଥିଲେ। ଏହି ବୁଣାକାର ବଜାରରେ ହସ୍ତତନ୍ତ ଓ ସମ୍ବଲପୁରୀ ବସ୍ତ୍ର ପ୍ରତି କିପରି ଲୋକମାନେ ଆକୃଷ୍ଟ ହେବେ ଏବଂ ସ୍ୱତନ୍ତ୍ର ବୁଣାକାର ବଜାର ଖୋଲିବା ସଫଳ ହୋଇପାରିବ ସେଥିପାଇଁ ବହୁ ସଂଖ୍ୟାରେ ଆଗ୍ରହୀ କ୍ରେତାମାନେ ଆସି ନିଜ ପସନ୍ଦର ଆବଶ୍ୟକୀୟ ବସ୍ତ୍ର କିଣିବା ପାଇଁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଏହି ବଜାରରେ ସାଗରପାଲି, ବୀରମହାରାଜପୁର, ଗବଜୋର, ମନମୁଣ୍ଡା, ବୁଟୁପାଲି, ନାରାୟଣନଗର, ବାଉଁଶୁଣୀ, କଟକ, ଗୋପାଳପୁର, ନୂଆପାଟଣା, ମାଣିଆଁବନ୍ଧ, କେନ୍ଦ୍ରାପଡା, ଜଗତସିଂହପୁର, ଛତିଶଗଡ, ଭିଲେଇଗଡର ଲୁଗା ବ୍ୟବସାୟୀମାନେ ଯୋଗଦେବେ ବୋଲି ସୂଚନା ଦିଆଯାଇଛି । ଏହି ବୁଣାକାର ବଜାର ପ୍ରତ୍ୟେକ ରବିବାର ସକାଳ ୬ ଘଣ୍ଟାଠାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଖୋଲା ରହିବ।

Hot this week

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

Related Articles

Popular Categories