www.samajalive.in
Wednesday, December 10, 2025
26.1 C
Bhubaneswar

ବୌଦ୍ଧରେ ୧୯ବର୍ଷରୁ କମ୍ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ

ବୌଦ୍ଧ  : ରାଜ୍ୟ ବ୍ୟାଡମିଣ୍ଟନ ଆସୋସିଏସନ ଆନୁକୂଲ୍ୟରେ ବୌଦ୍ଧ ବ୍ୟାଡମିଣ୍ଟନ ସଂଘ ପକ୍ଷରୁ ବୌଦ୍ଧ ଇନଡୋର ଷ୍ଟାଡିୟମଠାରେ ୧୯ବର୍ଷରୁ କମ୍ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ଏହି ପ୍ରତିଯୋଗିତା ଆସନ୍ତା ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ମୁଖ୍ୟଅତିଥି ଭାବରେ ଜିଲାପାଳ ସତ୍ୟରଞ୍ଜନ ସାହୁ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାକୁ ଉଦଘାଟନ କରିବା ସହିତ ବୌଦ୍ଧ ଜିଲାରେ ଏହି ଭଳି ପ୍ରତିଯୋଗିତା ଆୟୋଜନ ପାଇଁ ରାଜ୍ୟ ବ୍ୟାଡମିଣ୍ଟନ ଏସୋସିଏସନ ନିଷ୍ପତ୍ତି ନେଇଥିବାରୁ ଖୁସିବ୍ୟକ୍ତ କରିବା ସହିତ ଜିଲାର ଖେଳାଳୀମାନେ ଏହାଦ୍ୱାରା ଉପକୃତ ହୋଇପାରିବେ ଏବଂ ଜିଲା ପ୍ରଶାସନ ପକ୍ଷରୁ ପ୍ରତିଯୋଗିତା ପାଇଁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦିଆଯିବ ବୋଲି ପ୍ରକାଶ କରିଥିଲେ। ଜିଲା ବ୍ୟାଡମିଣ୍ଟନ ସଂଘର ସଭାପତି ଜୁଲିୟସସିଜର ମହାକୁଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ସଭାରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ବବିତାରାଣୀ ଦଳବେହେରା, ଜିଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଏପିଡି ପ୍ରତାପ କୁମାର ପ୍ରଧାନ, ଷ୍ଟେଟବ୍ୟାଙ୍କର ରିଜିଓନାଲ ମ୍ୟାନେଜର ପ୍ରଶାନ୍ତ କୁମାର ବେହେରା ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ। ଓଡ଼ିଶା ବ୍ୟାଡମିଣ୍ଟନ ଆସୋସିଏସନ ସଂପାଦକ ନିଳିନ କୁମାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯାଉଛି। ଏହି ପ୍ରତିଯୋଗିତାର ବିଜେତାଙ୍କୁ ୧ ଲକ୍ଷ ଟଙ୍କା ଅର୍ଥରାଶି ସହିତ ଟ୍ରଫି ପ୍ରଦାନ କରାଯିବ। ରାଜ୍ୟ ବ୍ୟାଡମିଣ୍ଟନ ଆ‌ସୋସିଏସନ ଦ୍ୱାରା ମନୋନୀତ ରେଫରି ବିଜୟ କୁମାର ବାଗ ଏବଂ ଅନ୍ୟ ୧୪ ଜଣ ଟେକନିକାଲ ଅଫିସିଆଲଙ୍କ ଦ୍ୱାରା ପ୍ରତିଯୋଗିତା ଆୟୋଜନ କରାଯାଇଛି। ଏହି ପ୍ରତିଯୋଗିତାରେ ରାଜ୍ୟର ୨୭ଟି ଜିଲ୍ଲାରୁ ୧୨୦ ଜଣ ବାଳକ-ବାଳିକା ଅଂଶଗ୍ରହଣ କରିବା ପାଇଁ ନାମ ପଞ୍ଜିକରଣ କରିଛନ୍ତି। ଉଦଘାଟନୀ ଉତ୍ସବ ଅବସରରେ ପ୍ରଣାମ ନୃତ୍ୟ ଅନୁଷ୍ଠାନର କୁନି ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜିଲା ବ୍ୟାଡମିଣ୍ଟନ ଆସୋସିଏସନର ଉପସଭାପତି ପ୍ରଦୋଷ କୁମାର ମହାରଣା, ସଂପାଦକ ହୃଦାନନ୍ଦ ମିଶ୍ର, ସଂଗଠନ ସଂପାଦକ ସୁନ୍ଦର ପ୍ରକାଶ, ବ୍ରଦିନାରାୟଣ ମିଶ୍ର, ବିଭୁ ପଣ୍ଡା, ପରେଶ ବେହେରା, ପ୍ରିତମ ମିଶ୍ର, ହେମନ୍ତ ଚମ୍ପତି, ବିଘ୍ନେଶ ଅଗ୍ରୱାଲା, ଆଲୋକ ରଥ, ଗଣେଷ ମହାପାତ୍ର, ଏସକେ ସାହାଜାହାନ, ଶିବାନନ୍ଦ ସାହୁଙ୍କ ସମେତ ସମସ୍ତ ସଦସ୍ୟ ପ୍ରତିଯୋଗିତା ଆୟୋଜନରେ ସକ୍ରିୟ ସହଯୋଗ କରୁଛନ୍ତି ।

Hot this week

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

Related Articles

Popular Categories