www.samajalive.in
Monday, December 15, 2025
27.1 C
Bhubaneswar

କଟକରୁ ରାମଦାସପୁରକୁ ଉଠିଯିବ ବିଜୁ ପଟ୍ଟନାୟକ ଚଳଚ୍ଚିତ୍ର ଓ ଦୂରଦର୍ଶନ ପ୍ରତିଷ୍ଠାନ

ଦ୍ଭ କଟକ: କଟକ ସହରରୁ ପୁଣି ଏକ ପ୍ରତିଷ୍ଠାନ ଉଠିଯିବ। ପୂର୍ବରୁ ବିଭିନ୍ନ ସରକାରୀ କାର‌୍ୟ୍ୟାଳୟକୁ ଏଠାରୁ ଭୁବନେଶ୍ବରକୁ ଉଠାଇ ନିଆଯାଉଥିବାବେଳେ ଏଥର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଉଠାଇ ନିଆଯିବାର ନିଷ୍ପତ୍ତି ହୋଇଛି। ଏହି ଶିକ୍ଷାନୁଷ୍ଠାନ ହେଉଛି ଯୋବ୍ରାସ୍ଥିତ ବିଜୁ ପଟ୍ଟନାୟକ ଚଳଚ୍ଚିତ୍ର ଓ ଦୂରଦର୍ଶନ ପ୍ରତିଷ୍ଠାନ (ବିପିଏଫଟିଆଇଓ)। ଖୁବ୍‌ଶୀଘ୍ର ଏହା କଟକ ସହରରୁ ସ୍ଥାନାନ୍ତର ହୋଇ ବାରଙ୍ଗ ଅନ୍ତର୍ଗତ ରାମଦାସପୁର ଚାଲିଯିବ। ରାମଦାସପୁରରେ ଏହାର ସ୍ଥାୟୀ ପରିସର ନିର୍ମାଣ କରାଯିବ। ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୧୦ ଏକର ଜମି ଯୋଗାଇ ଦେଇଛନ୍ତି। ପ୍ରାୟ ଏକ ବର୍ଷରୁ ଅଧିକ ସମୟ ଧରି ଏହି ଜମି ଚିହ୍ନଟ ହୋଇଥିଲେ ସୁଦ୍ଧା କାର‌୍ୟ୍ୟର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ପାରି ନ ଥିଲାଟ୍ଟ ତେବେ ଚଳିତ ଶିକ୍ଷାବର୍ଷଠାରୁ ଏହି ପ୍ରକଳ୍ପ କାର‌୍ୟ୍ୟ ଆରମ୍ଭ ହେବା ସହ ଏକବର୍ଷ ମଧ୍ୟରେ ଶେଷ କରିବାକୁ ଯୋଜନା ହୋଇଥିବା ଜଣାପଡ଼ିଛି।
ଚଳଚ୍ଚିତ୍ର ଶିଳ୍ପର ବିକାଶ ଏବଂ ନୂଆ ପ୍ରତିଭା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୯୯୮ରେ ବିପିଏଫଟିଆଇଓ ପ୍ରତିଷ୍ଠା କରାଯାଇଥିଲା। ଏହାର ପୁରୁଣା କ୍ୟାମ୍ପସରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଆବଶ୍ୟକ ମୁତାବକ ଭିତ୍ତିଭୂମିର ଅଭାବ ରହିଛି। ସୁଟିଂ ପାଇଁ ପର‌୍ୟ୍ୟାପ୍ତ ଖୋଲା ସ୍ଥାନ ନଥିବାବେଳେ ଛାତ୍ରଛାତ୍ରୀଙ୍କୁ ମୌଳିକ ସୁବିଧା ମିଳିପାରୁନାହିଁ। ଏସ୍‌ସିବି ମେଡିକାଲ କଲେଜର ସମ୍ପ୍ରସାରଣ ପ୍ରକଳ୍ପରେ

ବିପିଏଫଟିଆଇଓ ଜମିକୁ ଅନ୍ତର୍ଭୁକ୍ତ କରାଯାଇଥିଲାଟ୍ଟ ଯାହାକୁ ନେଇ ଅନୁଷ୍ଠାନ କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ସେବେଠାରୁ ପ୍ରତିଷ୍ଠାନକୁ ଉଠାଇ ନିଆଯିବାର ଆଶଙ୍କା ଲାଗି ରହିଥିଲା।
ନୂଆ ପରିସର ପାଇଁ ପ୍ରାୟ ୧୫ ଏକର ଜମି ରାଜ୍ୟ ସରକାର ଯୋଗାଇଦେବାକୁ ମଧ୍ୟ ଦାବି ଜୋର ଧରିଥିଲା। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ କଟକ ସହରର ବିଭିନ୍ନ ଉପକଣ୍ଠରେ ଜମି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଟାଙ୍ଗୀ-ଚୌଦ୍ୱାର ତହସିଲ ଅଧୀନ ନିମପୁର ମୌଜାରେ ଜମି ଦେବାକୁ ପ୍ରସ୍ତାବ ଦିଆଯାଇଥିଲା। ଜଗତପୁର ଏବଂ ନୂଆପାଟଣାଠାରେ ମଧ୍ୟ କିଛି ଜମି ଚିହ୍ନଟ ହୋଇଥିଲା। ଏ ବିଷୟରେ ୨୦୨୨ ଜୁଲାଇ ୩୦ ତାରିଖରେ ରାଜ୍ୟ ଉନ୍ନୟନ ଆୟୁକ୍ତ ଏନେଇ ସମୀକ୍ଷା କରିଥିଲେଟ୍ଟ ମାତ୍ର ପରବର୍ତ୍ତୀ ସମୟରେ ଏ ଦିଗରେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ଗତବର୍ଷ ମେ’ ୬ରେ ବିଭାଗୀୟ ମନ୍ତ୍ରୀ ଅନୁଷ୍ଠାନକୁ ପରିଦର୍ଶନରେ ଆସିବା ଅବସରରେ ଏ ବିଷୟରେ ଆଲୋଚନା କରିଥିଲେ। ଏହାର ଗୋଟିଏ ଦିନ ପରେ ୮ ଏକର ଜମି ଯୋଗାଇ ଦିଆଯାଇଥିଲା। ଏଥିସହ ନୂଆ ପରିସରରେ ଛାତ୍ରଛାତ୍ରୀଙ୍କ ନିମନ୍ତେ ଇନଡୋର ଏବଂ ଆଉଟଡୋର ସୁଟିଂ ସେଟ, ଉନ୍ନତମାନର କ୍ୟାମେରା, ଏକାଡେମିକ୍ସ ବିଲ୍ଡିଂ, ପ୍ରଶାସନିକ ବିଲ୍ଡିଂ, ଖେଳପଡ଼ିଆ ଓ ହଷ୍ଟେଲ ପାଇଁ ଅନୁଷ୍ଠାନ କର୍ତ୍ତୃପକ୍ଷ ମଧ୍ୟ ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରି ଦେଇଥିଲେ। ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୨୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲାଟ୍ଟ ମାତ୍ର ବିଭିନ୍ନ କାରଣରୁ ଏହି ପ୍ରସ୍ତାବ ଅଟକି ରହିଥିଲା। ଚଳିତ ବର୍ଷ ମାର୍ଚ୍ଚରେ କଟକ ସଦର ଉପ ଜିଲାପାଳ ପ୍ରତିଷ୍ଠାନର ନିର୍ଦେଶକଙ୍କୁ ଏକ ଚିଠି କରିବା ସହ ରାମଦାସପୁରରେ ଚିହ୍ନଟ ହୋଇଥିବା ଜମିକୁ ଅନୁମୋଦନ କରିଥିବା ଜଣାପଡ଼ିଛି।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories