www.samajalive.in
Monday, December 8, 2025
14.1 C
Bhubaneswar

ସ୍ବାଧୀନତା ଦିବସରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବଣ୍ଟନ

-ଗଠନ ହେବ ଜିଲା ଓ ବ୍ଲକସ୍ତରୀୟ କମିଟି, -ପ୍ରତିଦିନ ରିପୋର୍ଟ ଦେବେ ଜିଲାପାଳ

ଭୁବନେଶ୍ୱର  : ଆସନ୍ତା ଅଗଷ୍ଟ ୧୫ ତାରିଖ ସ୍ବାଧୀନତା ଦିବସରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିୟମାବଳୀ ଜାରି କରାଯାଇଛି। ଜିଲାପାଳମାନଙ୍କୁ ନିର୍ଦେଶ ନାମା ପଠାଯାଇ ସପ୍ତାହକ ମଧ୍ୟରେ ଏହି କାର୍ଯ୍ୟ ସାରିବାକୁ କୁହାଯାଇଛି। ସ୍ବାସ୍ଥ୍ୟ ସଚିବ ପ୍ରମୋଦକୁମାର ମେହେର୍ଦା ଜିଲାପାଳମାନଙ୍କୁ ଏ ସଂକ୍ରାନ୍ତ ପତ୍ର ପଠାଇଛନ୍ତି। ଏଥିରେ ରାଜ୍ୟରେ ପଞ୍ଜିକୃତ ୪୪ଲକ୍ଷ ୮ ହଜାର ୭୦ଜଣ ରାଷ୍ଟ୍ରୀୟ ସ୍ବାସ୍ଥ୍ୟବୀମା ଯୋଜନା ଓ ୨୫ଲକ୍ଷ ୬୧ହଜାର ୬୦୨ ଜଣ ବିଜୁ କୃଷକ କଲ୍ୟାଣ ଯୋଜନାର ହିତାଧିକାରୀ ଏହିପରି ମୋଟ ୬୯ଲକ୍ଷ୬୯ହଜାର ୬୭୨ଜଣ ହିତାଧିକାରୀଙ୍କୁ ପତ୍ର ଦିଆଯିବ।
ଏହି ପତ୍ର ବଣ୍ଟନ ପାଇଁ ଜିଲାପାଳଙ୍କ ଅଧ୍ୟକ୍ଷତାରେ ଜିଲାସ୍ତରୀୟ କମିଟି ଗଠନ କରାଯିବ। ପୌରାଞ୍ଚଳ କାର୍ଯ୍ୟନିର୍ବାହୀ ଅଧିକାରୀ କିମ୍ବା କମିଶନର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ, ଜିଲା କୃଷି ଉପ ନିର୍ଦେଶକ, ଜିଲା ସମାଜ କଲ୍ୟାଣ ଅଧିକାରୀ ଓ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଏହାର ସଦସ୍ୟ ରହିବେ।
ଅନୁରୂପଭାବେ ବ୍ଲକସ୍ତରରେ ମଧ୍ୟ କମିଟି ଗଠନ କରାଯିବ। ବ୍ଲକସ୍ତରୀୟ କମିଟିରେ ବିଡିଓ ଅଧ୍ୟକ୍ଷ ରହିବେ। ତହସିଲଦାର, ଜିଲା କୃଷି ଅଧିକାରୀ, ଅତିରିକ୍ତ ବିଡିଓ, ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିତ୍ସାଧିକାରୀ ଓ ସିଡିପିଓ ସଦସ୍ୟ ରହିବେ।
ଏହି କମିଟି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କୁ ପତ୍ର ବଣ୍ଟନର ଅନୁଧ୍ୟାନ କରିବେ। ପ୍ରତିଦିନ ସନ୍ଧ୍ୟା ୬ଟା ପୂର୍ବରୁ ବିଡିଓ ସେଦିନର ପତ୍ର ବଣ୍ଟନ ସଂକ୍ରାନ୍ତ ରିପୋର୍ଟ ଜିଲାପାଳଙ୍କ ନିକଟକୁ ପଠାଇବେ। ଏହାକୁ କମିଟି ସମୀକ୍ଷା କରିବ। ବିଡିଓଙ୍କ ନିକଟରୁ ପ୍ରତିଦିନ ମିଳିଥିବା ରିପୋର୍ଟକୁ ଜିଲାପା-ଳ ଇ-ମେଲ ଯୋଗେ ରାଜ୍ୟସ୍ତରକୁ ପଠାଇବେ। ଏହି ପତ୍ର ରାଜ୍ୟସ୍ତରରେ ଛାପାଯିବ। ଜିଲାପାଳଙ୍କ ଦ୍ବାରା ନିଯୁକ୍ତ ନୋଡାଲ ଅଫିସରଙ୍କୁ ରାଜ୍ୟସ୍ତରୀୟ ଅଧିକାରୀମାନେ ପତ୍ର ସହିତ ହିତାଧିକାରୀଙ୍କ ତାଲିକା ଦେବେ। ନୋଡାଲ ଅଫିସରମାନେ ଏହାକୁ ବିଡିଓମାନଙ୍କୁ ପ୍ରଦାନ କରିବେ। ବିଡିଓ ଏହି ପତ୍ରକୁ ଗ୍ରାମ୍ୟ କୃଷି କର୍ମୀ, ଗ୍ରାମ ରୋଜଗାର ସାଥି, ଅଙ୍ଗନବାଡି କର୍ମୀ, ଆଶା ଓ ରାଜସ୍ବ ନିରୀକ୍ଷକଙ୍କ ମାଧ୍ୟମରେ ବଣ୍ଟନ କରିବେ।
ଗ୍ରାମସ୍ତରରେ ପତ୍ର ବଣ୍ଟନକୁ ସ୍ବାସ୍ଥ୍ୟକର୍ମୀ, ଆଇସିଡିଏସ ସୁପରଭାଇଜର, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ରାଜସ୍ବ ନିରୀକ୍ଷକମାନେ ତଦାରଖ କରିବେ। ପୌରାଞ୍ଚଳରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ୱାର୍ଡସ୍ତରରେ ଏହି ପତ୍ରକୁ ଟିକସ ସଂଗ୍ରହକାରୀ, ରାଜସ୍ବ ନିରୀକ୍ଷକ,ଅଙ୍ଗନବାଡି କର୍ମୀ ଓ ଆଶାଙ୍କୁ ପ୍ରଦାନ କରିବେ। ଏହି ପତ୍ର କିଭଳି ସୁଚାରୁରୂପେ ବଣ୍ଟନ କରାଯାଇପାରିବ ଏବଂ ୱାର୍ଡସ୍ତରରୁ ଜିଲାପାଳଙ୍କ ନିକଟକୁ ରିପୋର୍ଟ ଆସିପାରିବ ସେ ନେଇ ସ୍ବାସ୍ଥ୍ୟ ବିଭାଗ ଏକ ଫର୍ମାଟ ଜାରି କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories