ଫୋବର୍ସ ଧନୀବ୍ୟକ୍ତି ତାଲିକାରେ ପେଟିଏମ୍‌ ପ୍ରତିଷ୍ଠାତା

0

ନୂଆଦିଲ୍ଲୀ: ମୋବାଇଲ ୱାଲେଟ୍‌ ପେଟିଏମ୍‌ ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ସର୍ବକନିଷ୍ଠ ଭାରତୀୟ ଅରବପତି ହେବାର ଗୌରବ ଅର୍ଜନ କରିଛନ୍ତି। ଫୋବର୍ସ ପତ୍ରିକା ପକ୍ଷରୁ ଚଳିତ ୨୦୧୮ ବର୍ଷର ଧନୀବ୍ୟକ୍ତି ତାଲିକାର ୧୩୯୪ତମ ସ୍ଥାନରେ ରହିଛନ୍ତି ସେ। ବିଜୟଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୧.୭ ଅରବ ଡଲାର। ୩୯ ବର୍ଷ ବୟସରେ ସେ ଏକମାତ୍ର ଭାରତୀୟ ଭାବେ ଅରବପତି ପାଲଟିଛନ୍ତି। ୨୦୧୧ରେ ଶ୍ରୀ ଶର୍ମା ମୋବାଇଲ ୱାଲେଟ ପେଟିଏମ୍‌ ସ୍ଥାପନା କରିଥିଲେ। ଏଥିସହ ଇ-କମର୍ସ କାରବାର ପେଟିଏମ୍‌ ମଲ୍‌ ଓ ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ କାରବାର ମଧ୍ୟ ଚଳାଉଛନ୍ତି।
ବିମୁଦ୍ରାୟନ ସମୟରେ ପେଟିଏମ୍‌ ଯୋଗୁ ବିଜୟଙ୍କୁ ବହୁତ ଫାଇଦା ଦେଇଥିଲା। ପେଟିଏମ୍‌ରେ ୨୫ କୋଟିରୁ ଅଧିକ ପଞ୍ଜୀକୃତ ଗ୍ରାହକ ରହିଛନ୍ତି। ପେଟିଏମ୍‌ରେ ଦୈନିକ ୭୦ ଲକ୍ଷ ଟଙ୍କାର କାରବାର ହେଉଛି। ଉଲ୍ଲେଖ ଯେ, ପେଟିଏମ୍‌ର ୧୬ ପ୍ରତିଶତ ମାଲିକାନାସତ୍ତ୍ୱ ବିଜୟରେ ପାଖରେ ରହିଛି। ଯାହାର ମୂଲ୍ୟ ପ୍ରାୟ ୯.୪ ଅରବ ଡଲାର। ଅପରପକ୍ଷରେ ଭାରତର ସବୁଠୁ ବୟସ୍କ ଉଦ୍ୟୋଗପତି ଭାବେ ଏଲେକମ୍‌ ଲାବୋରୋଟାରି ଅଧ୍ୟକ୍ଷ ସମ୍ପ୍ରଦା ସିଂଙ୍କ ନାମ ଫୋବର୍ସ ସାମିଲ କରିଛି। ତାଙ୍କ ମୂଳ ସମ୍ପତ୍ତି ପ୍ରାୟ ୧.୨ ଅରବ ଡଲାର।

Leave A Reply