ପାଟନା : ବିହାରର ସାରଣ ଜିଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ପିକ୍ଅପ୍ର ଟାୟାର ଫାଟି ରାସ୍ତା ମଝିରେ ଓଲଟି ପଡିଥିଲା । ସେଥିରେ ପ୍ରାୟ ୨୫ ଜଣ ଯାତ୍ରା କରୁଥିଲେ । ଏହି ଦୁର୍ଘଟଣାରେ ପ୍ରାୟ ୫ ଜଣଙ୍କ ଜୀବନ ଚାଲି ଯାଇଛି । ଏହାସହ ୨୦ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ହଇଚଇ ସୃଷ୍ଟି ହୋଇଥିଲା । ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ହସ୍ପିଟାଲ ନେଇଥିଲେ ।
କୁହାଯାଉଛି ଯେ ଏହି ପିକଅପ୍ଟି ଦିଘୱାରାରୁ ମକା ଲୋଡ୍ କରି ବୈଶାଳୀ ଜିଲ୍ଲାର ସରାଇକୁ ଯାଉଥିଲା।
ସାରଣରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ; ୫ ମୃତ
- Advertisement -
Popular Categories



