www.samajalive.in
Friday, December 5, 2025
26.1 C
Bhubaneswar

ଦେଖନ୍ତୁ ଭିଡିଓ ; ଜନବସତିରେ ପଶି ପାଣି ପାଇଁ କେମିତି ଛଟପଟ ହେଲା ବାଘ

ନୂଆଦିଲ୍ଲୀ : ଦେଶର ଅନେକ ସ୍ଥାନରେ ଏବେ ମଧ୍ୟ ଗରମ, ଅସହ୍ୟ ଗୁଳୁଗୁଳି ସହ ଜଳ ସମସ୍ୟା ଲାଗି ରହିଛି । ମଣିଷ ଠାରୁ ଆରମ୍ଭ କରି ପଶୁପକ୍ଷୀ, ଜଙ୍ଗଲୀ ଜୀବଜନ୍ତୁ ପାଣି ପାଇଁ ଆଉଟୁପାଉଟୁ ହେଉଥିବାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଥାଏ । ଯାହା ଦୁଃଖ ଦାୟକ ହେବା ସହ ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ କରିଥାଏ । ନିକଟରେ ଏଭଳି ଏକ ଭିଡିଓ ଖୁବ୍‌ ଭାଇରାଲ୍‌ ହେଉଛି । ଭିଡିଓରେ ଦେଖି ପାରିବେ, ଏକ ବାଘ ପାଣି ଖୋଜି ଖୋଜି କୂଅ ଭିତରେ ଖସି ପଡିଛି । ମାତ୍ର କୂଅଟି ଶୁଖିଲା ପଡିଛି । ବାଘଟି କୂଅ ଭିତରେ ଦୟନୀୟ ଅବସ୍ଥ।ରେ ପଡିବା ସହ ପାଣି ପାଇଁ ଛଟପଟ ହେଉଛି ।

- Advertisement -

ଗତ ଶନିବାରର ଏହି ଘଟଣା ବୋଲି ଜଣାପଡିଛି । ଶନିବାର ମଧ୍ୟାହ୍ନ ସମୟରେ ଏକ ଚିତାବାଘ ଶୁଖିଲା କୂଅ ଭିତରକୁ ଖସି ପଡିଥିଲା । ଖବର ଜଣାପଡିବା ପରେ ଉକ୍ତ ଓ ଆଖାପାଖ ଗାଁରେ ହଇଚଇ ସୃଷ୍ଟି ହୋଇଥିଲା । ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି । ଲୋକେ ତୁରନ୍ତ ବନ୍ୟ ବିଭାଗ ଓ ବାଘ ଉଦ୍ଧାରକାରୀ ଦଳକୁ ଖବର ଦେଇଥିଲେ । ସେମାନେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ବାଘକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଏହି ଘଟଣା ମଧ୍ୟପ୍ରଦେଶର ପନ୍ନା ବ୍ୟାଘ୍ର ରିଜର୍ଭ ନିକଟର ବୋଲି କୁହାଯାଉଛି । ଭିଡିଓ ଏଯାଏଁ ହଜାର ହଜାର ଲୋକେ ଦେଖିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଦୀର୍ଘ ବର୍ଷ ପରେ ଜୁଲାଇରେ ଦୁର୍ଲ୍ଲଭ ଯୋଗ; ବୃହସ୍ପତିଙ୍କ ନକ୍ଷତ୍ର ପରିବର୍ତ୍ତନ, ଏହି ରାଶିଙ୍କୁ କରିବ କୋଟିପତି, ଖୋଲିବ ବନ୍ଦ ଭାଗ୍ୟର ତାଲା..

ଆଶ୍ୱସ୍ତି ଖବର ; କମିଲା ସୁନା , ଜାଣନ୍ତୁ କେତେ..

 

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories