www.samajalive.in
Sunday, December 7, 2025
18.1 C
Bhubaneswar

ପାଟନାରେ ଭୟଙ୍କର ଅଗ୍ନିକାଣ୍ଡ ; ୬ ମୃତ,୧୫ ଆହତ

ପାଟନା : ବିହାର ରାଜଧାନୀ ପାଟନା ଜଙ୍କସନର ଠିକ୍ ସାମ୍ନାରେ ଥିବା ଏକ ବହୁମହଲା ବିଶିଷ୍ଟ ହୋଟେଲରେ ଗୁରୁବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କ ଜୀବନ ଚାଲି ଯାଇଛି। ସକାଳ ପ୍ରାୟ ୧୦ଟା ସମୟରେ ନିଆଁ ଲାଗିବାର ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୩୦ ମିନିଟ୍ ମଧ୍ୟରେ ନିଆଁକୁ ଆୟତ୍ତ କରିଥିଲେ। ମାତ୍ର କିଛି ସମୟ ମଧ୍ୟରେ ହୋଟେଲ ମଧ୍ୟରେ ଧୂଆଁ ଭର୍ତ୍ତି ହୋଇଯାଇଥିଲା। ହୋଟେଲର ନିକଟରେ ଥିବା କୋଠାକୁ ନିଆଁ ବ୍ୟାପି ଯାଇଥିଲା। ଏହି ଘଟଣା ପରେ ଷ୍ଟେସନ ରାସ୍ତାରେ ପ୍ରବଳ ଜାମ୍ ଦେଖିବାକୁ ମିଳିଥିଲା। ଏଯାଏଁ ୬ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ୬ ଜଣଙ୍କ ମଧ୍ୟରେ ୩ ଜଣ ମହିଳା ଓ ୩ ଜଣ ପୁରୁଷ ବୋଲି ଜଣାପଡିଛି। ୨ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ୨୦ ଜଣଙ୍କୁ ଚିକିତ୍ସା ଜାରି ରଖିଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସ୍ଥାନୀୟ ଲୋକଙ୍କ କହିବାନୁଯାୟୀ ରୋଷେଇ ଗ୍ୟାସରୁ ନିଆଁ ଲାଗି ପରେ ଏହି ନିଆଁ ୪ ମହଲାକୁ ବ୍ୟାପି ଯାଇଥିଲା। ଉଦ୍ଧାର କାର୍ଯ୍ୟ ଜାରି ରହିଛି।

୩୦ ତାରିଖ ପର୍ଯ୍ୟନ୍ତ ଆକାଶରୁ ନିଆଁ ବର୍ଷିବ ; ଏସବୁ ଜିଲାକୁ ସତର୍କ ସୂଚନା ଜାରି..

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories