www.samajalive.in
Saturday, December 6, 2025
26.1 C
Bhubaneswar

ବିହାର ମର୍ମନ୍ତୁଦ ଟ୍ରେନ୍‌‌ ଦୁର୍ଘଟଣା ; ୪ ମୃତ, ଶତାଧିକ ଆହତ

ପାଟନା : ବିହାର ବକ୍ସର ଜିଲାରେ ମର୍ମନ୍ତୁଦ ଟ୍ରେନ୍‌‌ ଦୁର୍ଘଟଣା ଘଟିଛି। ବିଳମ୍ବିତ ରାତିରେ ନର୍ଥ ଇଷ୍ଟ ସୁପରଫାଷ୍ଟ ଏକ୍ସପ୍ରେସର ୨୪ଟି ବଗି ଲାଇନଚ୍ୟୁତ ହୋଇ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହେବା ସହ ଶହେରୁ ଅଧିକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ମାଆ,ଝିଅ ଓ ଅନ୍ୟ ୨ ଜଣ ରହିଛନ୍ତି। ଏହାସହ ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ହୋଇଛନ୍ତି। ସଭିଁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣାରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗଭୀର ଶୋକ ପ୍ରକାଶ କରିବା ସହ ସହାୟତା ଘୋଷଣା କରିଛନ୍ତି। ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଛି।
ଘଟଣା ସ୍ଥଳରେ ଉଦ୍ଧାରକାରୀ ଦଳ ଉଦ୍ଧାର କାର୍ଯ୍ୟ ଜାରି ରଖିବା ସହ ଦୁର୍ଘଟଣାର କାରଣ ଖୋଜା ଚାଲିଛି। ଯାତ୍ରୀଙ୍କୁ ସ୍ୱତନ୍ତ୍ର ଟ୍ରେନ୍‌‌ ଯୋଗେ ଗନ୍ତବ୍ୟସ୍ଥଳକୁ ପଠାଯାଇଛି। ଏହି ଟ୍ରେନ୍‌‌ ଦିଲ୍ଲୀ ଆନନ୍ଦବିହାରରୁ ଗୁଆହାଟୀ କାମାକ୍ଷା ଯାଉଥିଲା। ସୂଚନାଯୋଗ୍ୟ, ବୁଧବାର ରାତିରେ ବିହାରର ବକ୍ସର ରଘୁନାଥପୁର ଷ୍ଟେସନ ନିକଟରେ ଥିବା ୧୨୫୦୬ ନର୍ଥ ଇଷ୍ଟ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହେବାପରେ ଟ୍ରେନର ଅନେକ ବଗିଗୁଡିକ ଲାଇନଚ୍ୟୁତ ହୋଇଥିଲା। ବୁଧବାର ରାତି ପ୍ରାୟ ୯.୩୦ ସମୟରେ ଏହି ଟ୍ରେନର ୨୪ ଟି ବଗି ଲାଇନଚ୍ୟୁତ ହୋଇଥିଲା। ଆଠଟି ବଗି ସଂପୂର୍ଣ୍ଣ ନଷ୍ଟ ହୋଇଛି। ଏହି ଆଠଟି ବଗି ମଧ୍ୟରୁ ଦୁଇଟି ପରସ୍ପର ସହ ଧକ୍କା ହୋଇ ଲାଇନଚ୍ୟୁତ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ପ୍ରାୟ ଶତାଧିକ ଯାତ୍ରୀଙ୍କ ଆହତ ସମ୍ପର୍କରେ ସୂଚନା ସାମ୍ନାକୁ ଆସିଛି, ସେଥିମଧ୍ୟରୁ ପ୍ରାୟ ୭୦ ଜଣ ଗୁରୁତର ଆହତ ହୋଇଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ ବକ୍ସର ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏନଡିଆରଏଫ, ଏସଡିଆରଏଫ ଜିଲ୍ଲା ପ୍ରଶାସନ, ରେଳ ଅଧିକାରୀ ଏବଂ ସ୍ଥାନୀୟ ଲୋକ ଏକତ୍ରିତ ହୋଇ କାର୍ଯ୍ୟ କରୁଛନ୍ତି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories