www.samajalive.in
Saturday, December 6, 2025
26.1 C
Bhubaneswar

ବିହାର​‌ରେ ଧାର୍ମିକ ଶୋଭାଯାତ୍ରା ଉପରକୁ ପଥର ମାଡ଼ : ୮ ଗିରଫ, ଇଣ୍ଟରନେଟ୍ ସେବା ବନ୍ଦ

ପାଟନା : ବିହାରର ଜାମୁଇ ଜିଲାରେ ଏକ ଧାର୍ମିକ ଶୋଭାଯାତ୍ରା ଚାଲିଥିବାବେଳେ ଟେକାପଥର ମାଡ ହେବାରୁ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ପୁଲିସ କହିବା ଅନୁଯାୟୀ ରବିବାର ଅପରାହ୍ଣ ୪ଟା ୩୦ରେ ପ୍ରାୟ ୩୦ ଜଣ ଶ୍ରଦ୍ଧାଳୁ ଏକ ଶୋଭାଯାତ୍ରାରେ ମନ୍ଦିରରୁ ଫେରୁଥିବାବେଳେ ସେମାନଙ୍କ ଉପରେ ଟେକାପଥର ମାଡ ହୋଇଥିଲା। ଶୋଭାଯାତ୍ରାରେ ପ୍ରାୟ ୬ଜଣ ପୁଲିସ କର୍ମଚାରୀ ଥିବା ସତ୍ତ୍ବେ ସେମାନଙ୍କ ଉପରେ ଅନ୍ୟ ସମ୍ପ୍ରଦାୟର ଲୋକ ଆକ୍ରମଣ କରିଥିଲେ। ଏଥିରେ ଜାମୁଇ ନଗର ପରିଷଦର ଉପାଧ୍ୟକ୍ଷ ନୀତୀଶ ଶାହା ଓ ଅନ୍ୟ ୫ଜଣ ଆହତ ହୋଇଛନ୍ତି। ଜାମୁଇ ଜିଲାର ଝାଝା ଥାନା ଅନ୍ତର୍ଗତ ବାଲୁଆଡିହ ଗ୍ରାମରେ ଏହି ଆକ୍ରମଣ ଘଟିଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହୋଇଛି। ଉତ୍ତେଜନାକୁ ପ୍ରଶମିତ କରିବା ଲାଗି ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବାକୁ ବନ୍ଦ କରାଯାଇଛି। ସମ୍ପୃକ୍ତ ଅଞ୍ଚଳରେ ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ଦୁଇଜଣ ବରିଷ୍ଠ ଅଧିକାରୀ ସେଠାରେ ଶିବିର ପକାଇଛନ୍ତି। ଜାମୁଇ ଆରକ୍ଷୀ ଅଧୀକ୍ଷକ ମଦନ କୁମାର ଆନନ୍ଦଙ୍କ କହିବା ଅନୁଯାୟୀ ଏହି ଘଟଣାରେ ଦୁଇଟି ଏତଲା ଦାୟର କରାଯାଇଛି। ଗୋଟିଏ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଆଧାରରେ ଦାୟର କରାଯାଇଛି। ଏଥିରେ ୪୧ଜଣଙ୍କୁ ଅଭିଯୁକ୍ତ ଦର୍ଶାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରୁ ୮ଜଣଙ୍କୁ ଗିରଫ କରାଯାଇଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories