www.samajalive.in
Sunday, December 7, 2025
14.1 C
Bhubaneswar

ଭ୍ୟାନକୁ ଧକ୍କା ଦେଲା ଡମ୍ପର ଟ୍ରକ, ୫ ମୃତ

ଭିଣ୍ଡ:  ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ଏକ ଏକ ଭ୍ୟାନକୁ ଡମ୍ପର ଟ୍ରକ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ତିନିଜଣ ମହିଳା ଥିବା ଜଣାପଡ଼ିଛି।  ଏହି ଦୁଘର୍ଟଣାରେ ପ୍ରାୟ ୧୨ ଜଣ ଆହତ ହୋଇଛନ୍ତି।

ମଧ୍ୟପ୍ରଦେଶର ଭିଣ୍ଡ ଜିଲାର ଜବାହରପୁରା ଗ୍ରାମ ନିକଟରେ ସକାଳ ପ୍ରାୟ ୫ଟା ସମୟରେ ଏକ ଗୋଷ୍ଠୀ ବିବାହ କାର୍ଯ୍ୟରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।  କେତେକ ଭ୍ୟାନରେ ବସିଥିବା ବେଳେ ଅନ୍ୟମାନେ ରାସ୍ତାରେ ଠିଆ ହୋଇଥିଲେ। ହଠାତ୍ ଏକ ଦ୍ରୁତ ଗତିରେ ଆସୁଥିବା ଡମ୍ପର ଟ୍ରକ୍ ସେଠାରେ ଠିଆ ହୋଇଥିବା ଲୋକଙ୍କୁ ଏବଂ ଭ୍ୟାନକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତିନି ୩ଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇଜଣ ଗୁରୁତର ହୋଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ଯାଉଥିବାବେଳେ ମୃତ୍ୟୁ ହୋଇଥିଲା ବୋଲି ଭିଣ୍ଡ ଜିଲା ପୁଲିସ ଅଧୀକ୍ଷକ ଅସିତ ଯାଦବ କହିଛନ୍ତି। ଆହତମାନଙ୍କୁ ଜିଲା ଡାକ୍ତରଖାନା ନିଆଯାଇଥିବା ସେ କହିଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ କ୍ରୋଧିତ ସ୍ଥାନୀୟ ଲୋକମାନେ ରାସ୍ତାରେ ‘ଚକ୍କା ଜାମ’ (ଅବରୋଧ) କରିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ ବୋଲି ପୁଲିସ ଅଧୀକ୍ଷକ କହିଛନ୍ତି।

Hot this week

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

Related Articles

Popular Categories