ବିହାର : ବିହାରର କଟିହାରରେ ଗଙ୍ଗା ନଦୀର ଶାଖା ନଦୀ ଛାରନରେ କେଉଟମାନେ ମାଛ ଧରିବା ପାଇଁ ଜାଲ ପକାଇଲେ। ମାତ୍ର ସେଥିରେ ମାଛ ବଦଳରେ ଏକ କୁମ୍ଭୀର ଫସିଛି। ଜାଲରେ କୁମ୍ଭୀର ଫସିବା ମାତ୍ରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଥିଲେ।
ଏହି ଘଟଣାଟି କଟିହାର ଜିଲାର। ବିଶନପୁର ଗାଁ ଅନ୍ତର୍ଗତ ଦେଇଯାଇଥିବା ନଦୀରେ କେଉଟମାନେ ମାଛ ଧରିବା ପାଇଁ ଜାଲ ପକାଇଥିଲେ। ଜାଲକୁ ନିଜ ଆଡକୁ ଟାଣିବା ମାତ୍ରେ ଜାଲଟି ଭାରି ହେବାରୁ ନିଜ ଆଡକୁ ଆଣିପାରିଲେ ନାହିଁ। ସେହି ସମୟରେ କେଉଟଙ୍କୁ ସନ୍ଦେହ ହୋଇଥିଲା, ଜାଲରେ କିଛି ଅନ୍ୟ ଜିନିଷ ଫସିଛି।
ନଦୀରେ କୁମ୍ଭୀର ଥିବା ଖବର ପ୍ରଚାର ହେବା ପରେ ଆଖପାଖରୁ ବହୁ ଲୋକେ କୁମ୍ଭୀର ଦେଖିବାକୁ ଏକାଠି ହୋଇଥିଲେ। କେଉଟମାନେ ରଶି ଦ୍ୱାରା ନଦୀ କୂଳକୁ କୁମ୍ଭୀରକୁ ଆଣିବା ପରେ ବନ ବିଭାଗକୁ ଏନେଇ ଖବର ଦେଇଥିଲେ।
ମାଛ ଜାଲରେ ଫସିଲା କୁମ୍ଭୀର
Popular Categories



