www.samajalive.in
Monday, December 15, 2025
26.1 C
Bhubaneswar

ନୀତିଶ କୁମାରଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ: ଶପଥ ନେଲେ ବିଜେପିର ୧୨ ଓ ଜେଡିୟୁର ୯ ମନ୍ତ୍ରୀ

ନୂଆଦିଲ୍ଲୀ: ବିହାରରେ ନୀତିଶ କୁମାରଙ୍କ ନେତୃତ୍ଵଧୀନ ସରକାର ନିଜର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିଛନ୍ତି। ଶୁକ୍ରବାର ସନ୍ଧ୍ୟାରେ ରାଜଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଥ ଆର୍ଲେକର ବିଜେପିର ୧୨ ଜଣ ଏବଂ ଜେଡିୟୁର ୯ ଜଣ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପରେ  ନୀତିଶ ସରକାରରେ ମନ୍ତ୍ରୀଙ୍କ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି । ଜାନୁଆରୀ ୨୮ରେ ପ୍ରଥମଥର ପାଇଁ ୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ। ଏଥିରେ ବିଜେପିର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ , ପୂର୍ବତନ ରାଜ୍ୟ ସଭାପତି ମଙ୍ଗଳ ପାଣ୍ଡେ , ହରି ସହନୀ, ଜନକ ରାମ ଓ ନୀତିନ ନବୀନ ରହିଛନ୍ତି। ବିଜେପି ପ୍ରତମଥର ୬ ଜଣଙ୍କୁ ନୂତନ ଭାବେ ମନ୍ତ୍ରୀ ପଦ ଦେଇଛି । ସେମାନେ ହେଉଛନ୍ତି ଦୀଲିପ୍ ଜୟସ୍ବାଲ , ହରି ସାହାଣୀ , କେଦାର ପ୍ରସାଦ ଗୁପ୍ତା , ସୁରେନ୍ଦ୍ର ମେହେଟ୍ଟା , କୃଷ୍ଣ ନନ୍ଦନ ପାଶୱାନ୍ ଓ ସନ୍ତୋଷ କୁମାର ସିଂହ । ପୂର୍ବ ସରକାରରେ ଜେଡିୟୁର ସମସ୍ତ ୯ଜଣ ସଦସ୍ୟ ଥିଲେ। ଜେଡିୟୁର ପୂର୍ବତନ ମନ୍ତ୍ରୀ ଅଶୋକ ଚୌଧୁରୀ , ଲେଶୀ ସିଂହ , ମଦନ ସହନି, ଜୟନ୍ତ ରାଜ ଓ ମହମ୍ମଦ ଜମାନ ଖାନ୍ କ୍ୟାବିନେଟ୍ ମନ୍ତ୍ରୀ ହୋଇଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories