ବିହାରରେ ବସ୍‍ ଓଲଟି ୪ ମୃତ, ୨୨ ଆହତ

0

ଦରଭଙ୍ଗା : ବିହାରର ଦରଭଙ୍ଗା ଜିଲାରେ ରବିବାର ଏକ ବସ୍‍ ଦୁର୍ଘଟଣାଗ୍ରସ୍ତ ହେବାଫଳରେ ୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୨୨ ଜଣ ଆହତ ହୋଇଛନ୍ତି। ବସ୍‍ଟି ଦରଭଙ୍ଗାରୁ ବିରାଉଲ ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଜଣେ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ଡ୍ରାଇଭର ହଠାତ ବ୍ରେକ ମାରିବା ଫଳରେ ବସ୍‍ଟି ରାସ୍ତାକଡକୁ ଓଲଟି ପଡିଥିଲା। ୨୨ ଆହତଙ୍କ ମଧ୍ୟରୁ ୧୨ ଜ୍‍ଣଙ୍କ ଅବସ୍ଥା ଗୁରୁତର ରହିଛି ଓ ସେମାନଙ୍କୁ ଦରଭଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି ବୋଲି ଦରଭଙ୍ଗା ଏସ୍‍ପି ମନୋଜ କୁମାର ପ୍ରକାଶ କରିଛନ୍ତି।

Leave A Reply