ବିଗ-ବି ଙ୍କୁ ୩୨ଟଙ୍କା ଜୋରିମାନା ଦେଲେ ଆପ ନେତା କୁମାର ବିଶ୍ୱାସ

0

ମୁମ୍ବଇ : ବଲିଉଡ ଅଭିନେତା ଅମିତାଭ ବଚ୍ଚନ ଆପ ନେତା ତଥା କବି କୁମାର ବିଶ୍ୱାସଙ୍କ ଉପରେ କପି ରାଇଟ୍ସର ଅଭିଯୋଗ ଆଣିଥିଲେ। ଆପ ନେତା କୁମାର ବିଶ୍ୱାସ ଅଭିନେତା ଅମିତାଭ ବଚ୍ଚନଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ଗୀତକୁ କପିକରି ସାମାଜିକ ଗଣମାଧ୍ୟମ ୟ୍ୟୁଟୁବରେ ସେୟାର କରିଥିଲେ। ଅମିତାଭ ବଚ୍ଚନଙ୍କ ଜଣେ ପ୍ରଶଂସକ ଟୁଇଟରରେ ଟ୍ୟାଗ କରିଥିଲେ। ଏହି ଟୁଇଟରରେ ଅମିତାଭ ବଚ୍ଚନ ଲେଖିଥିଲେ, ଏହା କପି ରାଇଟ୍ସ ଉଲଙ୍ଘନ। ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ।
ମିଳିଥିବା ଖବର ଅନୁସାରେ, ଆପ ନେତା କୁମାର ବିଶ୍ୱାସଙ୍କୁ ଏକ କପି ରାଇଟ୍ସ ନୋଟିସ ପଠାଯାଇଛି। ଏହା ବ୍ୟତୀତ ୟୁଟୁବରେ ରୋଜଗାର କରିଥିବା ସମସ୍ତ ଟଙ୍କା ଫେରସ୍ତ କରିବା ପାଇଁ ଦାବି କରାଯାଇଛି। ଏହାର ପ୍ରତିପକ୍ଷରେ କୁମାର ବିଶ୍ୱାସ କହିଥିଲେ, ମୁଁ ଏହି ଭିଡିଓରେ ସମସ୍ତଙ୍କୁ ସମ୍ମାନ ଜଣାଇଛି। କେବଳ ଅମିତାଭ ହିଁ ଏହାର ବିରୋଧ କରିଛନ୍ତି। ସେ ଏହା କରିବାପରେ ମୁଁ ୟ୍ୟୁଟୁବରୁ ଏହି ଭିଡିଓକୁ ବିଲୋପ କରିସାରିଛି। ଏହି ଭିଡିଓ ପାଇଁ ମୁଁ ୩୨ ଟଙ୍କା ଅମିତାଭଙ୍କୁ ଫେରସ୍ତ କରିସାରିଛି।

kalyan agarbati
Leave A Reply