www.samajalive.in
Friday, December 12, 2025
14.1 C
Bhubaneswar

ଜନଜାତି ଆବାସସ୍ଥଳୀ ଆବେଦନ ପାଇଁ ଜନସଚେତନତା କର୍ମଶାଳା

କେନ୍ଦୁଝରଗଡ : ବନବାସୀ ଚେତନା ମଣ୍ଡଳ ଆହ୍ୱାନ କ୍ରମେ ଜଙ୍ଗଲ ଜମି ଅଧିକାର ଆଇନ-୨୦୦୬ର ଧାରା ୩(୧) ଏବଂ ନିୟମ ୧୧ (୧) ୪(କ) ଅନୁଯାୟୀ ବାଂଶପାଳ ବ୍ଲକ ଡେରଙ୍ଗପୀଢ଼ (ଭୂୟାଁ) ଅର୍ନ୍ତଗତ ଜାମୁଡିହା ରାଜସ୍ୱ ଗ୍ରାମରେ ଆବାସସ୍ଥଳୀ ଆବେଦନ ପାଇଁ ଜନସଚେତନତା କର୍ମଶାଳା ଓ ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି । ଆରସିଡିସି ଭୁବନେଶ୍ୱର ପକ୍ଷରୁ ଅନୁଷ୍ଠିତ ଏହି କର୍ମଶାଳାରେ ଜଙ୍ଗଲ ଅଧିକାର କମିଟିର ସଦସ୍ୟ ସଦସ୍ୟା ଓ ଆଦିମ ଜନଜାତି ଭୂୟାଁ ମାନଙ୍କୁ ପଦ୍ମଶ୍ରୀ ଦୈତାରୀ ନାଏକ, ବନବାସୀ ଚେତନାମଣ୍ଡଳର ବୀରବର ନାଏକ ଓ ସ୍ଥାନୀୟ ୱାର୍ଡ ସଭ୍ୟା ଫୁଲମଣୀ ଦେହୁରୀ ସଚେତନ କରିବା ସହ ଜଙ୍ଗଲ ଖଣ୍ଡ ସମୂହର ତାଲିକା ପ୍ରଦାନ, ଜଳଉତ୍ସ ସମୂହର ତାଲିକା, ଧର୍ମପୀଠ, ଗ୍ରାମ୍ୟ ଦେବାଦେବୀ ପୀଠ, ଜଙ୍ଗଲଜାତ ସାମଗ୍ରୀ ଆଦିର ତାଲିକା ପ୍ରଦାନ କରିଥିଲେ। ‘ଖ’ ଓ ‘ଗ’ ଫର୍ମର ବ୍ୟବସ୍ଥା  ଅନୁଯାୟୀ ବୈଠକର ବିବରଣୀ ଲିପିବଦ୍ଧ କରାଯାଇ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା। ଆରସିଡିସିର ଗୋଷ୍ଠୀ ସହାୟକ ଚର୍ତୁଭୁଜ ନାଏକ କର୍ମଶାଳା ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ । ବରିଷ୍ଠ ନାଗରିକ ବାସୁଦେବ ଦେହୁରୀ, ସୁରେନ୍ଦ୍ର ଦେହୁରୀ, ବାସନ୍ତୀ ଦେହୁରୀ, ବ୍ରାହ୍ମଣୀ ଦେହୁରୀ, କଲେକ୍ଟର ଦେହୁରୀ ପ୍ରମୁଖ ଉପସ୍ଥିତ ରହି ତାଲିକା ପ୍ରସ୍ତୁତିରେ ସହଯୋଗ କରିଥିଲେ । ସରଣ ଦେହୁରୀ ଓ ହିରଣ୍ୟ ଦେହୁରୀ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ଅବଗତ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories