bjd gruha runa

ଭାରତ ମହାକାଶକୁ ପଠାଇବ ମହିଳା ରୋବଟ ବୋମ୍ୟମିତ୍ର

BJD Bijuli 480×75 Mob

ନୂଆଦିଲ୍ଲୀ – ଚନ୍ଦ୍ରଯାନ ୩ର ସଫଳତା ଭାରତର ମହାକାଶ ବିଜ୍ଞାନୀଙ୍କ ମନୋବଳକୁ ବୃଦ୍ଧି କରିଛି । ଭାରତ ଆଗକୁ ସୂର୍ଯ୍ୟଙ୍କ ପାଇଁ ଆଦିତ୍ୟ ମିଶନ କରିବ । ଏହା ସହ ଗଗନଯାନ ଯୋଜନାରେ ମହାକାଶକୁ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ରକେଟରେ ମହାକାଶଚାରୀ ପ୍ରେରଣ କରିବ । ଗଗନଯାନ ଯୋଜନାରେ ଭାରତ ମହାକାଶକୁ ବୋମ୍ୟମିତ୍ର ନାମକ ମହିଳା ରୋବଟ ପ୍ରେରଣ କରିବ ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ସୂଚନା ଦେଇଛନ୍ତି ।

ଚଳିତ ବର୍ଷ ଅକ୍ଟୋବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଭାରତ ମହାକାଶକୁ ବୋମ୍ୟମିତ୍ର ରୋବଟ ପ୍ରେରଣ କରିବାର ଯୋଜନା ରହିଥିବା କଥା ସେ ସୂଚନା ଦେଇଛନ୍ତି ।

କୋଭିଡ୍‌ ମହାମାରୀ ଯୋଗୁଁ ଗଗନଯାନ ପ୍ରକଳ୍ପ ବିଳମ୍ବ ହୋଇଥିବା କେନ୍ଦ୍ର ବିଜ୍ଞାନ ଏବଂ ବୈଷୟିକ ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି ।

ଏହି ରୋବଟ ମଣିଷର ସମସ୍ତ କାର୍ଯ୍ୟ କରିବ । ଏହା ସଫଳ ହେବାପରେ ମହାକାଶଚାରୀଙ୍କୁ ମହାକାଶକୁ ପ୍ରେରଣ କରାଯିବ ବୋଲି ସେ କହିଛନ୍ତି ।

Comments are closed.