www.samajalive.in
Friday, December 12, 2025
14.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ: ନାମ ଲେଖାରୁ ମୁହଁ ଫେରାଉଛନ୍ତି କି ଛାତ୍ରଛାତ୍ରୀ!, ଖାଲିପଡ଼ିଛି ୫୬ ପ୍ରତିଶତ ଆସନ

ଗୋପାଳପୁର: ଇତି ମଧ୍ୟରେ ନିଜର ସ୍ବର୍ଣ୍ଣିମ ୫୬ ବର୍ଷ ଅତିକ୍ରାନ୍ତ କରିସାରିଥିବା ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ‌ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀମାନେ ମୁହଁ ମୋଡୁଥିବା ଅନୁମାନ କରାଯାଉଛି। ଚଳିତ ବର୍ଷ ତୃତୀୟ ପର୍ଯ୍ୟାୟ ନାମ ଲେଖା ସରିଥିବାବେଳେ ମୋଟ ୧୧୯୮ ଆସନ ମଧ୍ୟରୁ କେବଳ ୫୨୯ଟି ଆସନ ପୂରଣ ହୋଇ ପାରିଛି। ଯାହା ୪୪ ପ୍ରତିଶତ ବୋଲି ଜଣାପଡିଛି। ବିଶେଷ କରି ୱମେନ୍ସ ଷ୍ଟଡିଜରେ ୩୨ଟି ଆସନ ରହିଥିବାବେଳେ ଏହି ପାଠ୍ୟକ୍ରମ ପାଇଁ କେହି ନାମଲେଖାଇ ନାହାନ୍ତି। ସେହିପରି ଲିଙ୍ଗ୍ୟୁଷ୍ଟିକ ବିଭାଗରେ ୫୦ଟି ଆସନରୁ କେବଳ ୪ଟି ପୂରଣ ହୋଇଛି। ସମାଜ ବିଜ୍ଞାନରେ ୩୬ଟି ଆସନରୁ ୩ ଟି ପୂରଣ ହୋଇଛି। ଏମବିଏ (ଅାର୍ଥିକ ପରିଚାଳନା)ରେ ୩୨ ଆସନରୁ ୮, ମେରାଇନ ସାଇନ୍ସରେ(ଓସିନୋଗ୍ରାଫି)ରେ ୩୨ ଆସନରୁ ୯, ଏମସିଏ ୩୦ରୁ ୯, ଏମବିଏ (ପର୍ଯ୍ୟଟନ)ରେ ୩୦ରୁ ୯, ଲୋକ ପ୍ରଶାସନରେ ୩୨ରୁ ୯, ଲାଇବ୍ରେରୀ ଆଣ୍ଡ ଇନଫରମେସନ ସାଇନ୍ସରେ ୩୦ରୁ ୧୦, ମେରାଇନ ସାଇନ୍ସରେ ୨୫ରୁ ୧୦, ଇଲକ୍ଟ୍ରୋନିକ ସାଇନ୍ସରେ ୪୦ରୁ ୧୪, ଗୃହ ବିଜ୍ଞାନରେ ୫୦ରୁ ୧୫, ବାୟୋଟେକ୍ନୋଲଜିରେ ୨୦ରୁ ୧୧ ଆସନ ପୂରଣ ହୋଇପାରିଛି।

ଅପରପକ୍ଷରେ ମୋଟ ୫୦ଟି ଆସନ ଥିବା ଉଦ୍ଭିଦ ବିଜ୍ଞାନରେ ୩୨, ରସାୟନ ବିଜ୍ଞାନରେ ୨୭, ବାଣିଜ୍ୟ ୩୪, ଅର୍ଥନୀତି ୩୧, ଇଂରାଜୀ ୨୮, ଇତିହାସରେ ୩୩, ସାମ୍ବାଦିକତା ଓ ଗଣଯୋଗାଯୋଗରେ ୧୭, ଆଇନ ୧୮, ଗଣିତରେ ୨୫, ଓଡ଼ିଆରେ ୩୮, ଆଇଆରପିଏମରେ ୨୧, ପଦାର୍ଥ ବିଜ୍ଞାନରେ ୩୧, ରାଜନୀତି ବିଜ୍ଞାନରେ ୨୭ ଓ ପ୍ରାଣୀବିଜ୍ଞାନରେ ୨୭ଟି ଲେଖାଏ ଆସନ ପୂରଣ ହୋଇଛି। ଆସନ୍ତା ସେପ୍ଟେମ୍ବର ୪ରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନାମଲେଖା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ତେବେ ସମସ୍ତ ବିଭାଗରେ ଖାଲିଥିବା ଆସନ ପୂରଣ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀମାନେ ମୁହଁ ଫେରାଇ ନେଉଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରୁଛନ୍ତି। ଏଣୁ ଶିକ୍ଷକ ପଦ ପୂରଣରେ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories