ଭୁବନେଶ୍ବର: ଭୁବନେଶ୍ବର ସହିତ ଯୋଡ଼ି ହେବାକୁ ଯାଉଛି ଆଉ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର। ଆସନ୍ତା ଜୁନ୍ ରୁ ଭୁବନେଶ୍ବର-ଅବୁଧାବି ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ପ୍ରତି ମଙ୍ଗଳବାର, ଗୁରୁବାର ଓ ଶନିବାର ଭୁବନେଶ୍ବରରୁ ୟୁଏଇ ରାଜଧାନୀ ଅବୁଧାବିକୁ ବିମାନ ଚଳାଚଳ ଆରମ୍ଭ ହେବ। କିନ୍ତୁ ବିମାନ ଚଳାଚଳ ସମୟ ଅଦ୍ୟାବଧି ଧାର୍ଯ୍ୟ ହୋଇନାହିଁ। ବିମାନ ଚଳାଚଳକୁ ପ୍ରୋତ୍ସାହନ ଦେବା ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ’ବିମାନ’ ଯୋଜନା ଅଧୀନରେ ଏହି ଅନ୍ତର୍ଜାତୀୟ ପଥରେ ବିମାନ ଚଳାଚଳ ଆରମ୍ଭ ହେଉଛି। ଏହି ବିମାନ ସେବା ଆରମ୍ଭ ହେଉଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁସି ବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ ଅବୁ ଧାବିରେ ବହୁ ସଂଖ୍ୟକ ଓଡ଼ିଆ ରହୁଥିବା ବେଳେ ଓଡ଼ିଶାରୁ ସିଧାସଳଖ ବିମାନ ସେବା ପାଇଁ ଦାବି କରି ଆସୁଥିଲେ।
Popular Categories



