ଭୁବନେଶ୍ବର : ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ରାଜ୍ୟ ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ। ଡାଲି, ଚାଉଳ, ତେଲ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯଥେଷ୍ଟ ପରିମାଣରେ ଗଚ୍ଛିତ ଅଛି ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।
ସେ କହିଛନ୍ତି, କୌଣସି ପ୍ରକାର କଳାବଜାରକୁ ପ୍ରଶ୍ରୟ ଦିଆଯିବ ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ‘ଅପେରସନ ସିନ୍ଦୂର’ରେ ସୀମିତ ରହିବନି ଆକ୍ସନ। ଆଗକୁ ଆହୁରି ବଡ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅତ୍ୟାବଶ୍ୟକ ସାମଗ୍ରୀ ନେଇ ସରକାର ବଜାର ଉପରେ କଡ଼ା ନଜର ରଖିଛନ୍ତି। ଅନ୍ୟପଟେ ରବି ଧାନ ପାଇଁ ପଞ୍ଜୀକରଣ ସରିଛି। ଏଥର ୨୦ଟି ଜିଲା ହାତକୁ ନେଇଛୁ। ଆଗରୁ ୧୭ ଜିଲାରେ ପଞ୍ଜୀକରଣ ହେଉଥିଲା। ପଞ୍ଜୀକରଣ ପରେ ସାଟେଲାଇଟ ସର୍ଭେ କରାଯିବ। ଏହାପରେ ସପ୍ତାହେ ଭିତରେ ଧାନ କିଣା ପ୍ରକ୍ରିୟା ଆରମ୍ଭ ହେବ। ୪୮ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯିବ। ମଣ୍ଡି ଦାୟିତ୍ୱରେ ନୋଡାଲ ଅଫିସର ରହିବେ। ଏଥର ୧୫ଲକ୍ଷ ମେଟ୍ରିକ୍ ଟନ ଧାନ କିଣିବାକୁ ଲକ୍ଷ୍ୟ ରଖାଯାଇଛି। ପ୍ରଥମ ପର୍ଯ୍ୟାୟରେ ୧୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ପାଇଁ ଲକ୍ଷ୍ୟ ରହିଛି। କଟନୀ ଛଟନୀ କରାଇ ଦିଆଯାଇ ନାହିଁ। ଅସାଧୁ ମିଲରମାନଙ୍କ ଉପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।



