www.samajalive.in
Saturday, December 6, 2025
16.1 C
Bhubaneswar

ଓଡ଼ିଶାର ସର୍ବପ୍ରଥମ ସିଏନଜି ଗ୍ୟାସ ଚାଳିତ ‘ଶବଦାହ ଗୃହ’ ଲୋକାର୍ପିତ

ଭୁବନେଶ୍ୱର: ଭୁବନେଶ୍ୱର ଓ କଟକ ଦ୍ୱୈତ ନଗରୀର ଅନେକ ଘରକୁ ଗେଲ୍ ଇଣ୍ଡିଆ ଦ୍ୱାରା ପାଇପ ଯୋଗେ ରୋଷେଇ ଗ୍ୟାସର ସୁବିଧା ଦିଆଯିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାଗରିକଙ୍କ ପାଇଁ ‘ଇଜ୍ ଅଫ୍ ଲିଭିଂ’ ବା ସହଜ ଜୀବନଯାପନର ବଡ ଉଦାହରଣ। ଶୁକ୍ରବାର ଭୁବନେଶ୍ୱର ଖଣ୍ଡଗିରି ଧର୍ମବିହାରଠାରେ ଗେଲ୍ ଇଣ୍ଡିଆ ଲିମିଟେଡର ସିଏସଆର୍ ଅଧୀନରେ ରାଜ୍ୟର ସର୍ବପ୍ରଥମ ପ୍ରାକୃତିକ ଗ୍ୟାସ ଆଧାରିତ ‘ଶବଦାହ ଗୃହ’ର ଲୋକାର୍ପଣ କରିବା ଅବସରରେ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗେଲ୍ ୧୬ କୋଟି ୩୭ ଲକ୍ଷ ଟଙ୍କା ବ୍ୟୟରେ ଭୁବନେଶ୍ୱର ଓ କଟକରେ ପ୍ରାକୃତିକ ଗ୍ୟାସ ଆଧାରିତ ଶବଦାହ ଗୃହ ନିର୍ମାଣ କରୁଥିବା ବେଳେ ଆଜି ଭୁବନେଶ୍ଵରର ଧର୍ମବିହାରରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏକ ଶ୍ମଶାନଘାଟ ଉଦଘାଟିତ ହୋଇଯାଇଛି । ବିଏମସି ଏଥିରେ ସହଯୋଗୀ ହୋଇଛି । ଏହାବ୍ୟତୀତ ଆଉ ଦୁଇଟି ଶ୍ମଶାନାଗାର ଆଇଗଣିଆ ଓ କଟକର ଖାନନଗରଠାରେ ତିଆରି କରାଯାଉଛି । ଖୁବଶୀଘ୍ର ଏହାର ଲୋକାର୍ପଣ ହେବ । ଏହାଦ୍ୱାରା ଦ୍ଵୈତ-ନଗରୀରେ ଶବଦାହ ପାଇଁ ଯେଉଁ ଅସୁବିଧା ପରିଲକ୍ଷିତ ହେଉଛି, ତାହା ଦୂର ହେବ । ପରିବେଶକୁ ସ୍ୱଚ୍ଛ ଓ ସୁରକ୍ଷିତ ରଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଇଜ୍ ଅଫ୍ ଲିଭିଂ’ କଳ୍ପନାରେ ଏହି ନୂଆ ଅତ୍ୟାଧୁନିକ ଶବଦାହ ନିର୍ମାଣ କରିଥିବାରୁ ଗେଲ୍ ଇଣ୍ଡିଆକୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି।

- Advertisement -

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଇଜ୍ ଅଫ୍ ଲିଭିଂକୁ ଗୁରୁତ୍ୱ ଦେଉଛନ୍ତି । ଭୁବନେଶ୍ୱର ସ୍ମାର୍ଟ ସିଟି ପାଇଁ ଅନୁଦାନ, ସହରାଞ୍ଚଳର ବିକାଶ ଶ୍ମଶାନଘାଟକୁ ଉନ୍ନତିକରଣ କରାଯାଇଛି । ମୋଦୀ ସରକାରଙ୍କ ‘ପୂର୍ବୋଦୟ’ କଳ୍ପନାରେ ଓଡ଼ିଶା ସମେତ ପୂର୍ବ ଭାରତରେ ତୈଳ ଓ ଗ୍ୟାସ ଭିତ୍ତିଭୂମିକୁ ମଜଭୂତ କରାଯାଇଛି। ବିଗତ ୯ ବର୍ଷରେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୨ ଲକ୍ଷ ୩ ହଜାର ୪୭୨ କୋଟି ଟଙ୍କାର ପେଟ୍ରୋଲିୟମ, ପେଟ୍ରୋ କେମିକାଲ ପ୍ରକଳ୍ପ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ଜଗଦିଶପୁର-ହଳଦିଆ ଏବଂ ବୋକାରୋ-ଧାମରା ପାଇପଲାଇନ କାମ ଶେଷ ହୋଇଛି । ଧାମରାରେ ଏଲଏନଜି ଟର୍ମିନାଲ ମଧ୍ୟ ହୋଇଯାଇଛି । କଟକ ଓ ଭୁବନେଶ୍ୱରରେ ୨୦୧୮ ଅକ୍ଟୋବରରେ ଗେଲ୍ ଦ୍ୱାରା ଆରମ୍ଭ ହୋଇଥିବା ଗ୍ୟାସ ପାଇପଲାଇନ ପ୍ରାୟ ୫୦ ହଜାର ଘରେ ପହଞ୍ଚାଯାଇଛି। ଭୁବନେଶ୍ୱରରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଘରେ ସୁଲଭ ମୂଲ୍ୟରେ ଗ୍ୟାସ ପହଞ୍ଚାଯାଯିବାର ବ୍ୟବସ୍ଥା ହୋଇଛି। ମୋଦୀ ସରକାରରେ ସରହାଞ୍ଚଳର ବିକାଶ ସହରକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଦ୍ୟୁତ ଯାନ, ଏବଂ ସିଏନଜି ଚାଳିତ ଗାଡ଼ି ଉପରେ ଧ୍ୟାନ ଦିଆଯାଉଛି । କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ୨୩ଟି ସିଏନଜି ଷ୍ଟେସନ ପ୍ରତିଷ୍ଠା ହୋଇଛି । ସ୍ମାର୍ଟ ସିଟି ଭୁବନେଶ୍ୱର ସମେତ ସବୁ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଏହାକୁ ଆମେ ସମସ୍ତେ ଜନଆନ୍ଦୋଳନରେ ପରିଣତ କରିବା ଦରକାର।

ଧର୍ମେନ୍ଦ୍ର ଆହୁରି କହିଛନ୍ତି, ଭୁବନେଶ୍ୱରରେ ଗରିବଙ୍କୁ ରଖାଯାଇ ଭୋଟ୍ ରାଜନୀତି ହେଉଛି । ନରେନ୍ଦ୍ର ମୋଦୀଙ୍କ ସରକାର ପିଏମ ଆବାସ ଯୋଜନାରେ ସହରାଞ୍ଚଳର ଗରିବ ଓ ବସ୍ତିବାସିନ୍ଦାଙ୍କୁ ଘର ଯୋଗାଇବା ପାଇଁ ଯୋଜନା କରିଛନ୍ତି । ରାଜ୍ୟ ସରକାର ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଜାଗା ଉପଲବ୍ଧ କଲେ ଭାରତ ସରକାର ପ୍ରଧାନମନ୍ତ୍ରୀ ଆବାସ ସହରରୁ ପର୍ଯ୍ୟାପ୍ତ ମାତ୍ରାରେ ଏମାନଙ୍କୁ ଘର ଯୋଗାଇଦେବେ । ଭୁବନେଶ୍ୱରରେ ବସ୍ତି ରହିବନି । ପକ୍କା ଘର ବସ୍ତିବାସିନ୍ଦାଙ୍କୁ ଦିଆଯିବ । ଏହା ଅମୃତ ମହୋତ୍ସବର ସଂକଳ୍ପ ହେବା ଦରକାର । ଗରିବଙ୍କ କଲ୍ୟାଣ କରିବା ପାଇଁ କୌଣସି ଜାତି କିମ୍ବା ଧର୍ମ ନାହିଁ। ଓଡ଼ିଶାକୁ ଦେଶରେ ୧ ନମ୍ବର କରିବା ସହ ଦାରିଦ୍ର୍ୟକୁ ଦୂର କରିବା ପାଇଁ ହେବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories