www.samajalive.in
Sunday, December 7, 2025
14.1 C
Bhubaneswar

ପିପିଲିରେ ୫-ଟି ସଚିବ: ଲୋକଙ୍କ ଅଭିଯୋଗ ଶୁଣିଲେ, ୭ଦିନରେ ସମାଧାନ ପ୍ରତିଶୃତି ଦେଲେ

ପିପିଲି: ଦୁଇଦିନିଆ ପୁରୀ ଜିଲା ଗସ୍ତରେ ଥିବା ୫-ଟି ସଚିବ ଭି.କେ ପାଣ୍ଡିଆନ ଶୁକ୍ରବାର ପିପିଲିରେ ଜନସାଧାରଣଙ୍କ ସୁଖ ଦୁଃଖ ବୁଝିବା ସହ ସେମାନଙ୍କର ବିଭିନ୍ନ ଦାବି ସଂପର୍କରେ ଅଭିଯୋଗପତ୍ର ଗ୍ରହଣ କରିଛନ୍ତି। ପିପିଲି ଚାନ୍ଦୁଆ ଶିଳ୍ପର ବିକାଶ ପାଇଁ ଯାହା ଆବଶ୍ୟକ ଅଛି ସେନେଇ ମୁଖ୍ୟମନ୍ତ୍ରୀ ଗୋଟିଏ ସପ୍ତାହ ମଧ୍ୟରେ ଖୁସି ଖବର ଶୁଣାଇବେ ବୋଲି ପାଣ୍ଡିଆନ ପିପିଲିର ଚାନ୍ଦୁଆ କାରିଗର, ଶିଳ୍ପୀ ଓ ବ୍ୟବସାୟୀଙ୍କୁ ପ୍ରତିଶୃତି ଦେଇଛନ୍ତି। ପାନୀୟ ଜଳ ସଂପର୍କିତ ଅଭିଯୋଗର ସମାଧାନ ୨୪ଘଣ୍ଟା ମଧ୍ୟରେ କରାଯିବ ବୋଲି ସେ କହିଥିଲେ।

ଶୁକ୍ରବାର ପୂର୍ବାହ୍ନ ୧୦ଟା ୪୫ ମିନିଟ୍‌‌ରେ ପାଣ୍ଡିଆନ କାର୍‌‌ ଯୋଗେ ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଇନ୍ଦିରା ମଇଦାନଠାରେ ପହଞ୍ଚିବା ପରେ ଅଞ୍ଚଳବାସୀ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ସେଠାରେ ନିର୍ମିତ ଅସ୍ଥାୟୀ ସଭାସ୍ଥଳରେ ଉପସ୍ଥିତ ୮ହଜାରରୁ ଊର୍ଦ୍ଧ୍ବ ମିଶନଶକ୍ତି ମହିଳାଙ୍କ ସମେତ ଜନସାଧାରଣଙ୍କ ନିକଟକୁ ସେ ନିଜେ ଯାଇ ସେମାନଙ୍କ ସହ ଭାବ ବିନିମୟ କରି ସେମାନଙ୍କଠାରୁ ଅଭିଯୋଗ ଓ ଦାବିପତ୍ରକୁ ଗ୍ରହଣ କରିଥିଲେ। ଅଞ୍ଚଳରେ ଥିବା ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଇତ୍ୟାଦିର ଉନ୍ନତିକରଣ ନିମନ୍ତେ ଦିଆଯାଇଥିବା ଦାବିପତ୍ରର ସମାଧାନ କରାଯାଇ ୭ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଖୁସିଖବର ଶୁଣାଇବେ ସେ ସଭାମଞ୍ଚରେ କହିଥିଲେ। ମା’ ମାନଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରୁତ୍ୱ ଦେଉଛନ୍ତି। ସେହି ଅନୁସାରେ ମା’ମାନେ ଅଧିକ ସଜାଗ ହୋଇ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ। ମହିଳାମାନଙ୍କ ବିକାଶରେ ରାଜ୍ୟର ବିକାଶ ସମ୍ଭବ ହେବାର ଚିନ୍ତା କରି ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ତାହା ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ମିଶନ ଶକ୍ତି ମା’ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ବିନାସୁଧରେ ୫ଲକ୍ଷ ଟଙ୍କା ଋଣ ଘୋଷଣା କରିଥିବାର ସେ କହିଥିଲେ। ବିଭିନ୍ନ ସ୍ଥାନରେ ଥିବା ଅବ୍ୟବହୃତ ସରକାରୀ ଗୃହକୁ ଆବଶ୍ୟକ ମରାମତି କରାଯାଇ ସେଗୁଡିକୁ ମିଶନଶକ୍ତିର ମହିଳାଙ୍କ ବ୍ୟବହାର ତଥା ବ୍ୟବସାୟ, ତାଲିମ ଆଦି କାର୍ଯ୍ୟରେ ବ୍ୟବହାର ପାଇଁ ପ୍ରଦାନ କରାଯିବ ବୋଲି ସେ ସୂଚନା ଦେଇଥିଲେ।

- Advertisement -

ମହିଳାଙ୍କ ଉନ୍ନତି, କୃଷକଙ୍କ ଉନ୍ନତି, ଶିକ୍ଷା ଓ ସ୍ୱାସ୍ଥ୍ୟ ଆଦିର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା କରାଯାଇଥିବା ବିଭିନ୍ନ ଫଳପ୍ରଦ ଯୋଜନା ସଂପର୍କରେ ସେ ସୂଚନା ଦେବା ସହ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଉପକାରିତା ସଂପର୍କରେ ଆଲୋକପାତ କରିଥିଲେ। ପିପିଲି ଚାନ୍ଦୁଆ ଓଡ଼ିଶାର ପରିଚୟ। ପିପିଲି ଚାନ୍ଦୁଆ ଶିଳ୍ପର ସମସ୍ୟାର ସମାଧାନ ମୁଖ୍ୟମନ୍ତ୍ରୀ କରିବେ। ଗୋଟିଏ ସପ୍ତାହରେ ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ ବୋଲି ସେ କହିଥିଲେ। ଚାନ୍ଦୁଆ କାରିଗରଙ୍କ ପକ୍ଷରୁ ପାଣ୍ଡିଆନଙ୍କୁ ଚାନ୍ଦୁଆ ଉପହାର ଦିଆଯାଇଥିବା ବେଳେ ଉତ୍ତରାବଜାର ସ୍ଥିତ ଶକୁନ୍ତଳା ଆର୍ଟ ଗ୍ୟାଲେରୀର ନିର୍ଦ୍ଦେଶକ ଜନାର୍ଦ୍ଦନ ପରମଗୁରୁ ଓ ତାଙ୍କ କନ୍ୟା ବୁଲବୁଲ ପରମଗୁରୁ ପାଣ୍ଡିଆନଙ୍କୁ ଏକ ତୈଳଚିତ୍ର ଉପହାର ଦେଇଥିଲେ। ପିପିଲି କାର୍ଯ୍ୟକ୍ରମ ସାରି ସେ ହେଲିକପ୍ଟର ଯୋଗେ କୃଷ୍ଣପ୍ରସାଦ ବ୍ଲକ ଅଭିମୁଖେ ଯାଇଥିଲେ। ୫ଟି ସଚିବଙ୍କ ଏହି ଗସ୍ତ ସମୟରେ ପୁରୀ ଜିଲାପାଳ ସମର୍ଥ ବର୍ମା, ଉପଜିଲାପାଳ ଭବତାରଣ ସାହୁ, ଏସ୍‌‌ପି ଡକ୍ଟର କନୱର ବିଶାଲ ସିଂ, ଅତିରିକ୍ତ ଏସ୍‌‌ପି ସୁଶୀଲ କୁମାର ମିଶ୍ର, ବିଡିଓ ରଶ୍ମିତା ନାଥ, ତହସିଲଦାର ପୁନମ ମହାପାତ୍ର, ଅତିରିକ୍ତ ତହସିଲଦାର ନିଶା ଗୋଏଙ୍କା, ପିପିଲି ଏସଡିପିଓ ବିରଞ୍ଚି ନାରାୟଣ ପତି, ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।

 

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories