ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା କମୁଛି ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର । ସେ କହିଛନ୍ତି, ୨୦୨୧ରୁ ଟେଷ୍ଟିଂ ଅଧିକ ହେଉଥିବା ହେତୁ ଡେଙ୍ଗୁ ରୋଗୀ ସଂଖ୍ୟା କମୁଛି। ତେବେ ଜୁଲାଇରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଡେଙ୍ଗୁର ପ୍ରଭାବ ଅଧିକ ଥିବାରୁ ସଚେତନ ରହିବାକୁ ସେ ପରାମର୍ଶ ଦେଇଛନ୍ତି। ଗତବର୍ଷ ତୁଳନାରେ ସମାନ ସମୟରେ ଟେଷ୍ଟ ହୋଇଥିଲା କିନ୍ତୁ ୩୦୦ ରୋଗୀ ଚି଼ହ୍ନଟ ହୋଇଥିଲେ। କିନ୍ତୁ ଏବର୍ଷ କମିଛି। ଦୁଇ ଗୁଣା ଅଧିକ ଟେଷ୍ଟ ହେଉଥିବାବେଳେ ରୋଗୀ ସଂଖ୍ୟା କମୁଛି। ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗ ସହ ବୈଠକ କରିଛନ୍ତି। ଜିଲାପାଳଙ୍କୁ ଏବଂ ମୁନିସିପାଲ କର୍ପୋରେସନର ଅଧିକାରୀଙ୍କୁ ଏସଓପି ମଧ୍ୟ ପଠାଯାଇଛି। ଡେଙ୍ଗୁକୁ କିପରି ନିୟନ୍ତ୍ରଣ କରାଯାଇପାରିବ, ସେଥିପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଚାଲିଛି। ୨୦୨୧ରେ ୪୨,୬୦୦ ଟେଷ୍ଟରୁ ୭,୫୦୦ ରୋଗୀ ଚି଼ହ୍ନଟ ହୋଇଥିଲେ। ୨୦୨୨ରେ ୫୪ ହଜାର ଟେଷ୍ଟରୁ ୭,୦୦୦ ରୋଗୀ ଚି଼ହ୍ନଟ ହୋଇଥିଲେ।
Popular Categories



