www.samajalive.in
Saturday, December 6, 2025
16.1 C
Bhubaneswar

ପଦ୍ମପୁର ପାଇଁ ପ୍ରକାଶ ପାଇଲା ବିଜେଡିର ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଛି । ବିଜୁ ଜନତା ଦଳ ପକ୍ଷରୁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରାଯାଇଥିବା ବେଳେ, ଷ୍ଟର ପ୍ରଚାରକ ତାଲିକାର ପ୍ରଥମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ରହିଛି । ପରେ ଦଳର ଅନ୍ୟ ୩୯ଜଣ ବିଧାୟକ, ନେତା ଓ ମନ୍ତ୍ରୀଙ୍କ ନାଁ ରହିଛି । ତାଲିକାରେ ପୂର୍ବତନ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ନାଁ ରହିଥିବା ବେଳେ ମନ୍ତ୍ରୀ ପ୍ରତାପ ଦେବ, ଅତନୁ ନାୟକ, ରାଜା ସ୍ୱାଇଁ ଓ ନବ ଦାସଙ୍କ ନାଁ ମଧ୍ୟ ତାଲିକାରେ ସ୍ଥାନ ପାଇଛି । ସେହିପରି ଷ୍ଟାର ପ୍ରଚାରକ ତାଲିକାରେ ପ୍ରଦୀପ ମାଝୀ ଓ ଓଲିଉଡ୍‌ ସିନେ ତାରକା ଅରିନ୍ଦମ ରାୟଙ୍କ ନାଁ ମଧ୍ୟ ରହିଥିବା ଦେଖିବାକୁ ମିଳିଛି । ହେଲେ ବିଧାୟକ ପ୍ରଣବ ବଳବନ୍ତରାୟ, ମନ୍ତ୍ରୀ ପ୍ରମିଳା ମଲ୍ଲିକ, ସାଂସଦ ଅନୁଭବ ମହାନ୍ତି ଓ ବ୍ୟାମକେଶ ରାୟ ନାଁ ତାଲିକାରେ ରହିନାହିଁ ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories