ବ୍ରହ୍ମପୁରର ଆଉ ଏକ ସରକାରୀ କଲେଜରେ ରାଗିଂ ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁରର ଆଉ ଏକ ସରକାରୀ କଲେଜରେ ରାଗିଂ ହୋଇଥିବା ନେଇ ଆଜି ଅଭିଯୋଗ ହୋଇଛି । ବ୍ରହ୍ମପୁରର ସର୍ବପୁରାତନ ସରକାରୀ କଲେଜ ଖଲ୍ଲିକୋଟ କନିଷ୍ଠ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରାଗିଂ ଅଭିଯୋଗ ଆଣିଛନ୍ତି ଜଣେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ । କଲେଜରେ ୯ ଜଣ ଦ୍ୱିତୀୟ ବର୍ଷର ଛାତ୍ର ବିଶୃଙ୍ଖଳା ସୃଷ୍ଟି କରୁଥିବା କଲେଜ ଅଧ୍ୟକ୍ଷ କହିଛନ୍ତି। ଏହାକୁ ନେଇ ପଚରାଉଚରା କରାଯାଉଥିବା ବେଳେ ଅଧିକ ଖବର ମିଳିପାରିନାହିଁ ।
ସୂଚନା ଯୋଗ୍ୟ, ବ୍ରହ୍ମପୁର ହରିଡାଖଣ୍ଡି ଛକସ୍ଥିତ ବିନାୟକ ଆଚାର୍ଯ୍ୟ ସରକାରୀ କଲେଜ ପରିସରରେ ଗତ ମଙ୍ଗଳବାର ଜଣେ ଯୁକ୍ତଦୁଇ ପ୍ରଥମ ବର୍ଷର ଛାତ୍ରୀଙ୍କୁ ୧୨ ଜଣ ଛାତ୍ରଛାତ୍ରୀ ରାଗିଂ କରିଥିଲେ। କଲେଜର ଆଣ୍ଟି ରାଗିଂ ଓ ଶୃଙ୍ଖଳା କମିଟିର ସୁପାରିସ କ୍ରମେ ଏହି ୧୨ ଛାତ୍ରଛାତ୍ରୀଙ୍କୁ କଲେଜରୁ ବହିଷ୍କାର କରାଯାଇଛି।

Comments are closed.