www.samajalive.in
Saturday, December 6, 2025
26.1 C
Bhubaneswar

ପଦ୍ମପୁର ପାଇଁ ବିଜେପିର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ

ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ପକ୍ଷରୁ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି । ତାଲିକାରେ ବିଜେପିର କିଛି ବରିଷ୍ଠ ନେତାଙ୍କ ନାଁ ରହିଥିବା ବେଳେ କିଛି କେନ୍ଦ୍ରମନ୍ତ୍ରୀଙ୍କ ନାଁ ମଧ୍ୟ ପ୍ରକାଶ ପାଇଛି । ସବୁଠାରୁ ବଡ଼ କଥା ହେଉଛି, ନୂଆକରି ରାଜନୀତିକୁ ଓହ୍ଲାଇଥିବା ଧାମନଗରର ନବାଗତ ବିଧାୟକ ସୂର୍ଯ୍ୟବଂଶୀ ସୁରଜଙ୍କ ନାଁ ତାଲିକାରେ ରହିଛି । ସେହିପରି ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା ଓ ବିଶେଶ୍ୱର ଟୁଡ଼ୁଙ୍କ ନାଁ ରହିଛି । ଏଥର ବିଜେପିର ଷ୍ଟାର କ୍ୟାମ୍ପେନ ତାଲିକାରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ନାଁ ରହିଥିବା ବେଳେ, କ୍ଷେତ୍ର ପ୍ରଭାରୀ ସୁନୀଲ ବଂଶଲଙ୍କ ନାଁ ମଧ୍ୟ ପ୍ରକାଶ ପାଇଛି । ଧାମନଗର ଉପନିର୍ବାଚନରେ ବିଜେପି ବାଜିମାତ୍‌ କରିବା ପରେ ପଦ୍ମପୁର ଆସନ ହାତେଇବାକୁ ଏଥର କଡ଼ା କସରତ କରିଛି ଦଳ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନାଁ ମଧ୍ୟ ପଦ୍ମପୁର ଷ୍ଟାର ପ୍ରଚାରକ ତାଲିକାରେ ପ୍ରକାଶ ପାଇଛି । ସେହିପରି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ମଧ୍ୟ ପଦ୍ମପୁର ପାଇଁ ମୈଦାନକୁ ଓହ୍ଲାଇବେ ବୋଲି ତାଲିକାରୁ ଜଣାପଡ଼ିଛି ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories