www.samajalive.in
Saturday, December 6, 2025
26.1 C
Bhubaneswar

ଖାଇକୁ ଖସିଲା କାର୍‍ ; ଚାଲିଗଲା ୫ ଜୀବନ

ନୂଆଦିଲ୍ଲୀ : ଯମୁନୋତ୍ରୀ ଜାତୀୟ ରାଜପଥରେ ଶନିବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର ଖାଇରେ ଖସିପଡିବାରୁ ଏହି ଦୁର୍ଘଟଣାରେ ଏଯାଏଁ ୫ ଜଣଙ୍କ ଜୀବନ ଚାଲିଯାଇଥିବା ନେଇ ଖବର ମିଳିଛି । ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।
ସୂଚନାନୁଯାୟୀ, ଉତ୍ତରକାଶୀର ଦୁଣ୍ଡା ତହସିଲ ଅନ୍ତର୍ଗତ ବ୍ରହମଖାଲର ନିକଟ ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରରେ ୬ ଜଣ ଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି । ହଠାତ୍‍ କାରଟି ଅନିୟନ୍ତ୍ରିତ ହୋଇ ଖାଇରେ ଖସିପଡିଥିଲା ।
ଏନଡିଆରଏଫ,ସ୍ଥାନୀୟ ପୁଲିସ ତଥା ପ୍ରଶାସନ ଟିମ ଘଟଣା ସ୍ଥଳରେ ଖବର ପାଇ ତୁରନ୍ତ ପହଞ୍ଚିଥିଲେ । କାରରେ ୩ ଜଣ ମହିଳା ଓ ୩ ଜଣ ପୁରୁଷ ଥିଲେ ବୋଲି କୁହାଯାଉଛି । ଆହତ ମହିଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କାରଟି ପ୍ରାୟ ୩ଶହ ମିଟର ଗଭୀର ଖାଇକୁ ଖସିପଡିଥିଲା । ଶୁକ୍ରବାର ଦିନ ଉତ୍ତରାଖଣ୍ଡର ଚମୋଲୀ ଜିଲାରେ ଏକ ଗାଡି ଖସି ୧୨ ଜଣଙ୍କ ଜୀବନ ଚାଲିଯାଇଥିଲା ।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories