ସବୁ ଏକ୍ସପ୍ରେସ୍ ଟ୍ରେନ୍ ଚାଲିବ
ଭୁବନେଶ୍ବର: ତାଲାବନ୍ଦଠାରୁ ବାତିଲ କରାଯାଇଥିବା ପୂର୍ବତଟ ରେଳପଥର ଚାରି ଯୋଡ଼ା ଏକ୍ସପ୍ରେସ ରେଳ ସେବାକୁ ପୁନଃ ପ୍ରଚଳନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ ବ୍ୟତୀତ ପୂର୍ବତଟ ରେଳ ପରିସୀମା ମଧ୍ୟରୁ ବାହାରୁଥିବା ରେଳଗୁଡିକୁ ପୁନଃ ଚଳାଚଳ କରାଯାଇଛି। ଭୁବନେଶ୍ୱର-ଧାନବାଦ-ଭୁବନେଶ୍ୱର ଗରିବ ରଥ ଏକ୍ସପ୍ରେସ ଶୀଘ୍ର ଚଳାଚଳ କରାଯିବା ପାଇଁ ପ୍ରକ୍ରିୟାକରଣ ଜାରି ରହିଛି । ୬ରୁ ପୁରୀ-ଦିଘା-ପୁରୀ ଏକ୍ସପ୍ରେସ, ୭ରୁ ବିଶାଖାପାଟଣା-ପାରାଦୀପ-ବିଶାଖାପାଟଣା ଏକ୍ସପ୍ରେସ, ୧୩ରୁ ବିଶାଖାପାଟଣା-ଦୁର୍ଗ-ବିଶାଖାପାଟଣା ଏବଂ ଅକ୍ଟୋବର ୨ରୁ ପୁରୀ-ହାୱଡ଼ା-ପୁରୀ ଶତାବ୍ଦୀ ଏକ୍ସପ୍ରେସ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
ଯାତ୍ରୀଙ୍କ ସୁବିଧା ପାଇଁ କଟକ-ଗୁଣୁପୁର-କଟକ ଏକ୍ସପ୍ରେସକୁ ପାସେଞ୍ଜର ସ୍ବତନ୍ତ୍ର ଭାବରେ ଚଳାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଫଳସ୍ୱରୂପ, ରେଳ ନମ୍ବର ୧୮୪୪୩/୧୮୪୪୪ କଟକ-ଗୁଣୁପୁର-କଟକ ଏକ୍ସପ୍ରେସକୁ ୦୮୪୨୧/୦୮୪୨୨ କଟକ-ଗୁଣୁପୁର-କଟକ ପାସେଞ୍ଜର ବିଶେଷ ରେଳ ଭାବରେ ଚଳାଇବା ପାଇଁ ସଂଶୋଧିତ କରାଯାଇଛି। ଏହା ୫ରୁ କଟକ ଏବଂ ୬ରୁ ଗୁଣୁପୁରରୁ କାର୍ଯ୍ୟକାରୀ କରାଯିବ। ରେଳ ନଂ ୦୮୪୨୧ କଟକ-ଗୁଣୁପୁର ପାସେଞ୍ଜର ସ୍ବତନ୍ତ୍ର କଟକରୁ ଅପରାହ୍ଣ ୫.୩୦ମିରେ ଗୁଣୁପୁର ଅଭିମୁଖେ ଯାତ୍ରା କରିବ। ପ୍ରତ୍ୟାବର୍ତ୍ତନ ମାର୍ଗରେ ଗୁଣୁପୁରରୁ ରେଳ ନଂ ଗୁଣୁପୁର-କଟକ ପାସେଞ୍ଜର ସ୍ବତନ୍ତ୍ର ରାତି ୨.୪୫ମିରେ କଟକ ଅଭିମୁଖେ ଯାତ୍ରା କରିବ। ଏଥିସହିତ ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ଏବଂ ଇସ୍ପାତ ଏକ୍ସପ୍ରେସରେ ଏସି-୩ ଟାୟାର ସଂଯୋଗ କରାଯାଇଛି। ହାୱଡ଼ା-ଟିଟିଲାଗଡ, କଣ୍ଟାବାଞ୍ଝି-ହାୱଡ଼ା ଇସ୍ପାତ ଏକ୍ସପ୍ରେସରେ ଏସି ୩ ଟାୟାର କୋଚର ସୁବିଧା ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।
୧୫ ତାରିଖରୁ ଗୋଟିଏ ଏସି-୩ ଟାୟାର କୋଚ ସଂଯୋଗ କରାଯିବ। ହାୱଡା-ଟିଟିଲାଗଡ଼-ହାୱଡ଼ା ଇସ୍ପାତ ଏକ୍ସପ୍ରେସ ୧୫ରୁ ହାୱଡ଼ାରୁ ଏବଂ ୧୬ରୁ ଟିଟିଲାଗଡରୁ ଗୋଟିଏ ଏସି-୩ ଟାୟାର କୋଚ ସଂଯୋଗ କରାଯିବ। ହାୱଡ଼ା-କଣ୍ଟାବାଞ୍ଝି-ହାୱଡ଼ା ଇସ୍ପାତ ଏକ୍ସପ୍ରେସ ୧୬ରୁ ହାୱଡ଼ାରୁ ଏବଂ ୧୭ରୁ କଣ୍ଟାବାଞ୍ଝିରୁ ଗୋଟିଏ ଏସି-୩ ଟାୟାର କୋଚ ସଂଯୋଗ କରାଯିବ। ବିଶାଖାପାଟଣା-କୋଲାମ ଏବଂ ବିଶାଖାପାଟଣା-ଟାଟା ଏକ୍ସପ୍ରେସ ଏଲଏଚବି କୋଚ ସହିତ ଚଳାଚଳ କରିବ। ଏହି ରେଳ ବିଶାଖାପାଟଣାରୁ ୧୧ରୁ ଏବଂ କୋଲାମରୁ ୧୨ରୁ ଆଧୁନିକ ଏଲଏଚବି କୋଚ ସହିତ ଚଳାଚଳ କରିବ। ବିଶାଖାପାଟଣା-ଟାଟା-ବିଶାଖାପାଟଣା ଏକ୍ସପ୍ରେସ୍ ବିଶାଖାପାଟଣାରୁ ୧୪ରୁ ଏବଂ ଟାଟାରୁ ୧୫ରୁ ଆଧୁନିକ ଏଲଏଚବି କୋଚ ସହିତ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.