www.samajalive.in
Tuesday, December 9, 2025
26.1 C
Bhubaneswar

ବାବୁସାନ-ତୃପ୍ତି ମଝିରେ ପ୍ରକୃତି ! କାହିଁକି ହେଲା ରାସ୍ତାରେ କଳି ? ଜାଣନ୍ତୁ ପୁରାଘଟଣା

ଭୁବନେଶ୍ୱର: ରାଜରାସ୍ତାରେ ଷ୍ଟାର ଦମ୍ପତିଙ୍କ ଟଣାଓଟରା । ସ୍ୱାମୀଙ୍କୁ ମାରିଲେ ବାନ୍ଧବୀଙ୍କ ଚୂଳକୁ ଟାଣିଲେ । ସେତିକିରେ ବୁଝିଲାନି ପତ୍ନୀଙ୍କ ମନ । ପରେ ଓଲିଉଡର ସୁପରଷ୍ଟାରଙ୍କ ପତ୍ନୀ ଅଭିନେତ୍ରୀ ଜଣକୁ କିଛି କହୁଥିବା ଶୁଣିବାକୁ ମିଳୁଛି ।  ଏପରି ଅନେକ ଭିଡିଓ ସୋସିଆଲ ମିଡିଆରେ ଘୁରୁବୁଲୁଛି । ଆଉ ବାଟ ପଡ଼ି ଘାଟରେ ଭଡ଼ୁଛି ଅଭିନେତା ବାବୁସାନ ଓ ତୃପ୍ତିଙ୍କ କଳି । ଭିଡିଓରେ ଦେଖାଯାଉଥିବା ସମସ୍ତ ଷ୍ଟରମାନଙ୍କୁ ଆପଣ ନିଶ୍ଚୟ ଚିହ୍ନିପାରୁଥିବେ । ତେଣୁ ଆମେ ଅଭିନେତ୍ରୀ ଜଣଙ୍କ ନାଁ କହୁନାହୁଁ । କି ଏପରି ଏକ ଘଟଣାରେ ତାଙ୍କ ନାଁ ନେବାକୁ ଚାହୁଁନାହୁଁ ।

ତେବେ ଏଠି ପ୍ରଶ୍ନ ଉଠୁଛି ଅଭିନେତାଙ୍କ ସହିତ ଅଭିନେତ୍ରୀ ଜଣକ କେଉଁଠିକୁ ଯାଉଥିଲେ ? ଅଭିନେତା ଜଣକ ଡ୍ରାଇଭିଂ କରୁଥିବା ବେଳେ ଅଭିନେତ୍ରୀ ଜଣକ  ଗାଡ଼ି ପଛରେ ନବସି ଆଗରେ ବସିଥିଲେ କାହିଁକି ? ପତ୍ନୀଙ୍କ ଅଭିଯୋଗ ଅନୁସାରେ ଅଭିନେତା ସ୍ବାମୀ କିଛି ଦିନ ହେବ ଘରକୁ ଯାଉନାହାନ୍ତି । ଯାହାର ସତ୍ୟାସତ୍ୟ ଜାଣିବାକୁ ଏପରି କରିଥିଲେ ଅଭିନେତାଙ୍କ ପତ୍ନୀ । ବାଟରେ ସ୍ୱାମୀଙ୍କ ସହ ଅଭିନେତ୍ରୀଙ୍କୁ ଦେଖି ନିଜକୁ ନିୟନ୍ତ୍ରଣରେ ରଖିପାରିନଥିଲେ । ଆଉ ରାସ୍ତାଉପରେ ଚାଲିଥିଲା ଷ୍ଟାର ଦମ୍ପତି ଓ ବାନ୍ଧବୀଙ୍କ ହାଇଡ୍ରାମା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଭୁବନେଶ୍ୱରର ସତ୍ୟନଗର ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି ।

Hot this week

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

Related Articles

Popular Categories